April 28, 2026

ବେଲଗୁଣ୍ଠାରେ ମଧୁବାବୁ ଜୟନ୍ତୀ ଓ ସ୍ୱାଭିମାନ ଦିବସ ପାଳିତ: ଉତ୍କଳ ଗୌରବଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଅତିଥିଙ୍କ ଆହ୍ୱାନ 

IMG-20260428-WA0065
Share

 

ବେଲଗୁଣ୍ଠା- ୨୮/୪-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସହରସ୍ଥିତ ଲକ୍ଷ୍ମୀ ନାରାୟଣ ଇଣ୍ଟରପ୍ରାଇଜେସ୍ ପରିସରରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ମହାନ୍ ଜନନାୟକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ତଥା ଓଡ଼ିଆ ସ୍ୱାଭିମାନ ଦିବସ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି। ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସ୍ମୃତି ସଭାରେ ମଧୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ତାଙ୍କର ମହାନତା ସମ୍ପର୍କରେ ସ୍ମୃତିଚାରଣ କରାଯାଇଥିଲା। ଶିବରାମ ଓ ନାରାୟଣ ଆବାହନ ଓ ଉଦଯାପନୀ ସଙ୍ଗୀତ ଗାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ୧ ନମ୍ବର ୱାର୍ଡ କାଉନସିଲର ଏସ୍. ଭାସ୍କର ପାତ୍ର, ୨ ନମ୍ବର ୱାର୍ଡ କାଉନସିଲର ଦିବ୍ୟ ରଞ୍ଜନ ଦାଶ ଏବଂ ବିଶିଷ୍ଟ ସମାଜସେବୀ ରାଜୀବ କୁମାର ବେହେରା (ପପୁ) ଯୋଗ ଦେଇଥିବା ବେଳେ ପ୍ରେସ୍ କ୍ଳବ ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ଓ ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟ ନାରାୟଣ ତ୍ରିପାଠୀ, ସାମ୍ବାଦିକ ସୁଶାନ୍ତ କୁମାର ବେହେରା, ମନୋଜ କୁମାର ପାତ୍ର, ତୋଫାନ କୁମାର ସାହୁ, ଶିବରାମ ଚୌଧୁରୀ ଓ ନାରାୟଣ ପଣ୍ଡା

ପ୍ରମୁଖ ମଞ୍ଚାସୀନ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସଭାରେ ଉପସ୍ଥିତ ବକ୍ତାମାନେ ମଧୁବାବୁଙ୍କୁ ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ ଭାବେ ବର୍ଣ୍ଣନା କରି କହିଥିଲେ ଯେ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏବଂ ଓଡ଼ିଆ ଭାଷା-ସାହିତ୍ୟର ସୁରକ୍ଷା ପାଇଁ ତାଙ୍କର ତ୍ୟାଗ ଅତୁଳନୀୟ। ତାଙ୍କରି ଦୂରଦୃଷ୍ଟି ଓ ଦୃଢ଼ ନେତୃତ୍ୱ ଯୋଗୁଁ ହିଁ ଆଜି ଓଡ଼ିଶା ଏକ ସ୍ୱତନ୍ତ୍ର ପରିଚୟ ପାଇପାରିଛି। ଏଥିସହ ମଧୁବାବୁଙ୍କ ଶିଳ୍ପାୟନ ଚିନ୍ତାଧାରା ଓ ସାମାଜିକ ସଂସ୍କାର ଉପରେ ଗୁରୁତ୍ୱାରୋପ କରିଥିଲେ। ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଆ ଜାତିର ଉନ୍ନତି ପାଇଁ ସଂକଳ୍ପବଦ୍ଧ ହେବାକୁ ଏହି ଅବସରରେ ଆହ୍ୱାନ ଦିଆଯାଇଥିଲା। ଏଥିରେ ପ୍ରେସ କ୍ଲବ ଓ ସମ୍ବାଦ ସାହିତ୍ୟ ଘରର ବହୁ ସଦସ୍ୟ ଉପସ୍ଥିତ ଥିଲେ l ପରିଶେଷରେ ପ୍ରେସ୍ କ୍ଲବ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ସମସ୍ତ ଅତିଥି ଓ ସାମ୍ବାଦିକ ବନ୍ଧୁମାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

You may have missed