June 13, 2026
IMG-20240926-WA0028
Share

କାଶୀନଗର

ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଆଜି କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ମାଙ୍କରେ ସଫେଇ କାମ କରୁଥିବା ସଫେଇ ମିତ୍ର ମହିଳା ମାନଙ୍କ ସୁରକ୍ଷା ନିମନ୍ତେ ( ସେମାନଂକୁ ସଫେଇ କାମ କରୁଥିବା ବେଳେ ଆବଶ୍ୟକ ପଡୁଥିବା ଉପକରଣ ) ଯେପରି ହାତରେ ପିନ୍ଧିବା ପାଇଁ ଗ୍ଲୋବ, ମାସ୍କ ଓ ପିନ୍ଧିବା ପାଇଁ ବ୍ଲେ୍ଜ଼ର ସବୁ ବାଣ୍ଟିବା ପାଇଁ ଏକ କାର୍ଯ୍ୟକ୍ରମ କରି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଡକ୍ଟର ସଚିକାନ୍ତ ମହାପାତ୍ର ଉପସ୍ଥିତିରେ ଏକ ସ୍ୱାସ୍ଥ୍ୟ ଶିବିର ମଧ୍ୟ କରାଯାଇଥିଲା. ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା, ବିଡ଼ିଓ ଡ଼ମ୍ବୁରୁ ଧର ମଲ୍ଲିକ ଓ ସରପଞ୍ଚ ମାନେ ଯୋଗ ଦେଇ ଆବଶ୍ୟକୀୟ ଉପକରଣ ମାନ ବଣ୍ଟନ କରିଥିଲେ. ଏହି କାର୍ଯ୍ୟକ୍ରମ ଉମା ମାହେଶ୍ୱରୀ ପରିଚାଳନା କରିଥିଲେ.

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ