ଡିଜିଟାଲ ଦସ୍ତଖତ ପ୍ରମାଣପତ୍ର ଫେରସ୍ତ ନେବାକୁ ଦାବିପତ୍ର

IMG-20230926-WA0021
Share

ଡିଜିଟାଲ ଦସ୍ତଖତ ପ୍ରମାଣପତ୍ର ଫେରସ୍ତ ନେବାକୁ ଦାବିପତ୍ର

ହାଟଡ଼ିହି,୨୬।୯ : ୧୫ଦଫା ଦାବି ନେଇ ସରପଞ୍ଚମାନେ ଭୁବନେଶ୍ଵରରେ ଆନ୍ଦୋଳନ ଚଳାଇ ଥିବା ବେଳେ ଆଜି ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ହାଟଡ଼ିହି ବ୍ଳକ ସରପଞ୍ଚ ସଂଘ ପକ୍ଷରୁ ଡିଜିଗଲ ଦସ୍ତଖତ ପ୍ରମାଣପତ୍ର ଫେରସ୍ତ ନେବା ଲାଗି ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘ ସଭାପତି ଚିନ୍ମୟ ନାୟକଙ୍କ ନେତୃତ୍ୱରେ ରବିନ୍ଦ୍ର ଜେନା, ହରିଶ୍ଚନ୍ଦ୍ର ଜେନା, ଜଗବନ୍ଧୁ କାଣ୍ଡି, ହେମଲତା ବେହେରା, ଅନୁରାଧା ମହାପାତ୍ର, ମମତା ବେହେରା, ମଧୁମିତା ସ୍ବାଇଁ, ଆରତୀ ଜେନା, ସୁବାସିନୀ ସେଠୀ, ସ୍ନିଗ୍ଧାରାଣୀ କାଣ୍ଡି, ସସ୍ମିତା ମହାପାତ୍ର, ପ୍ରଶାନ୍ତ ରାଉତ, ସସ୍ମିତା ଓଝା, ମନିଶାରାଣୀ ସା ଙ୍କ ସମେତ ୩୧ ପଞ୍ଚାୟତର ସରପଞ୍ଚ ମାନେ ଏକତ୍ରିତ ହୋଇ ସରକାର ସେମାନଙ୍କ ଦାବି ପୂରଣ କରୁ ନଥିବାରୁ ସେମାନଙ୍କ ନିକଟରୁ ଡିଜିଗଲ ଦସ୍ତଖତ ପ୍ରମାଣ ପତ୍ର ଫେରାଇ ନେବାକୁ ବିଡିଓଙ୍କୁ ଲିଖିତ ଭାବେ ଜଣାଇଥିଲେ । ପଞ୍ଚାୟତରେ ପିଇଓ ମାନଙ୍କୁ ସମସ୍ତ କ୍ଷମତା ଦିଆ ଯାଉଥିବା ବେଳେ ସେମାନଙ୍କୁ ସଖୀ କଣ୍ଢେଇ କରି ରଖାଯାଉଛି ବୋଲି ସରପଞ୍ଚ ମାନେ ଅଭିଯୋଗ କରିଥିଲେ। ତେଣୁ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ ନକଲା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ରୋକ୍‌ଠୋକ୍ ଶୁଣାଇ ଦେଇଥିଲେ।
ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ