June 2, 2024

*୯ତମ ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଖୋ-ଖୋ,କବାଡି, ଦୌଡକୁଦ, ଯୋଗାସନ ଓ ସତରଞ୍ଜ ପ୍ରତିଯୋଗିତା ଅନୁଷ୍ଠିତ।*

Share

*୯ତମ ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଖୋ-ଖୋ,କବାଡି, ଦୌଡକୁଦ, ଯୋଗାସନ ଓ ସତରଞ୍ଜ ପ୍ରତିଯୋଗିତା ଅନୁଷ୍ଠିତ।*

ପାରଳାଖେମୁଣ୍ଡି,ତା ୨୬.୦୯.୨୦୨୩

ଗଜପତି ଜିଲ୍ଲା ବିଦ୍ୟାଳୟ ସ୍ତରୀୟ ଖୋ-ଖୋ,କବାଡି, ଦୌଡକୁଦ, ଯୋଗାସନ ଓ ସତରଞ୍ଜ ପ୍ରତିଯୋଗିତା ୨୦୨୩-୨୪ ଜିଲ୍ଲା ଶିକ୍ଷାଧିକରୀ ଶ୍ରୀଯୁକ୍ତ ପ୍ରଦୋଷ କୁମାର ନାୟକଙ୍କ ପୌରହିତ୍ୟରେ ସ୍ଥାନୀୟ ବିଦ୍ୟାନିକେତନ ପାଞ୍ଚମାଇଲ ଖେଳ ପଡିଆରେ ଅନୁଷ୍ଠିତ ହୋଯାଇଅଛି। ଏହି କାର୍ଯ୍ୟକ୍ରମ ୨୬.୦୯.୨୦୨୩ ଓ ୨୭.୦୯.୨୦୨୩ ପର୍ଯ୍ୟନ୍ତ ଦୁଇଦିନ ବ୍ୟାପୀ ଚାଲିବ। ଉକ୍ତ କ୍ରୀଡ଼ା ପ୍ରତିଯୋଗିତାରେ ଶ୍ରୀଯୁକ୍ତ ଜି.ତିରୁପତି ରାଓ,ଅଧ୍ୟକ୍ଷ, ଜିଲ୍ଲା ପରିଷଦ, ଗଜପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି ଓ ପ୍ରଦୀପ ପ୍ରଜ୍ବଳନ କରି ପ୍ରତିଯୋଗିତାର ଶୁଭ ଉଦ୍ଘାଟନ କରିଥିଲେ। ଭାର ପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର, ସ୍ବାଗତ ଭାଷଣ ଓ ଉଦ୍ଦେଶ ଜ୍ଞାପନ କରିଥିଲେ। ଶ୍ରୀମତୀ ସୁନେମି ମଣ୍ଡଳ, ଅଧକ୍ଷା, ଗୁମ୍ମା ବ୍ଲକ, ଶ୍ରୀମତୀ ସନ୍ଧ୍ୟାରାଣୀ ସାହୁ,ଜିଲ୍ଲା ପରିଷଦ ସଭ୍ୟ,ଗୁମ୍ମା , ଶ୍ରୀ ଏନ.କ୍ରିଷ୍ଣା ରାଓ, ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ, ଗୁମ୍ମା, ଯାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ, ସରକାରୀ ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଓ ଶ୍ରୀ ଅମୂଲ୍ୟ କୁମାରୀ ରଥ, ପ୍ରିନ୍ସିପାଲ ମଞ୍ଚାସିନ ଥିବାବେଳେ ଶ୍ରୀ ଅମୂଲ୍ୟ କୁମାର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ। ଗଜପତି ଜିଲ୍ଲାର ୭ଟି ବ୍ଲକରୁ ୫୪୦ ଜଣ ୧୪ ବର୍ଷ ରୁ କମ ଓ ୧୭ ବର୍ଷ ରୁ କମ ଛାତ୍ରଛାତ୍ରୀ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ। ବିକାଶ ବିଦ୍ୟାନିକେତନ ସମ୍ପାଦକ ଲାଲମୋହନ ଆଚାର୍ଯ୍ୟ , ଶ୍ରୀ ମନୋଜ ବେହେରା, ମେନକା ରାଓ ଓ ଜିଲ୍ଲାର ୧୦୦ ଜଣ ଖେଳ ଶିକ୍ଷକ ଏହି କ୍ରୀଡ଼ା ଉତ୍ସବକୁ ପରିଚାଳନା କରିବା ସହିତ ସହଯୋଗ କରିଥିଲେ ।