April 30, 2026

ରକ୍ତ ଦେଇ ମହିଳାଙ୍କ ଜୀବନ ବଞ୍ଚାଇଲେ ମିଥୁନ୍ ଗୁରୁଜୀ

IMG-20250826-WA0037
Share

 

 

ବେଲଗୁଣ୍ଠା,୨୬/୦୮, ରକ୍ତସ୍ରାବ ଯନ୍ତା ରୋଗରେ ପୀଡ଼ିତ ଥିବା ଜଣେ ମହିଳାଙ୍କୁ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରି ତାଙ୍କ ଜୀବନ ବଞ୍ଚାଇଛନ୍ତି ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ଗୁରୁଜୀ ମିଥୁନ୍ କୁମାର ନାୟକ I ମିଥୁନ୍ ଅନ୍ୟତମ ସ୍ଵେଚ୍ଛାସେବୀ ସଂଗଠନ ହୋପ୍ ଓଡ଼ିଶାର ଜଣେ ସକ୍ରିୟ ସଦସ୍ୟ I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ସାନ ବୋର୍ସିଂ ଗ୍ରାମର ଅମୂଲ୍ୟ ଗୌଡ଼ଙ୍କ ଧର୍ମପତ୍ନୀ ଭାଗ୍ୟଲତା ଗୌଡ଼ (୨୫) ରକ୍ତସ୍ରାବ ଜନିତ ରୋଗରେ ପୀଡିତ ହୋଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି I ତାଙ୍କୁ ଆଜି ଏ ପଜିଟିଭ୍ ଗୃପ୍ ରକ୍ତର ଆବଶ୍ୟକ ହୋଇଥିଲା I କିନ୍ତୁ ରକ୍ତଭଣ୍ଡାରରେ ଏ ପଜିଟିଭ୍ ଗୃପ୍ ରକ୍ତ ଅଭାବ ଥିବାରୁ ଭାଗ୍ୟଲତାଙ୍କ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ I ଏନେଇ ଗୋବରା ଗ୍ରାମର ସନ୍ତୋଷ କୁମାର ମହାରଣା ମିଥୁନ୍ ଙ୍କୁ ଯୋଗାଯୋଗ କରିଥିଲେ I ଖବର ପାଇ ମିଥୁନ୍ ତୁରନ୍ତ ଭଞ୍ଜନଗର ସ୍ଥିତ ରକ୍ତଭଣ୍ଡାରକୁ ଯାଇ ଭାଗ୍ୟଲତାଙ୍କ ପାଇଁ ରକ୍ତଦାନ କରିଥିଲେ I ଆଜିକୁ ମିଶାଇ ମିଥୁନ୍ ତେର ଥର ରକ୍ତ ଦାନ କରିଛନ୍ତି I

 

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

You may have missed