September 13, 2026

କୋଷାଗୁମୁଡା ଓ କଟାଗାଁ ରେ ମଣ୍ଡଳ ସ୍ତରୀୟ ସନ୍ଥ କବି ରବିଦାସ ଙ୍କ ଜନ୍ମଦିନ ପାଳିତ

IMG-20260913-WA0074
Share

କୋଷାଗୁମୁଡା,୧୩/୯(ଦୟାରାମ ପନକା )

ସନ୍ଥ କବି ରବିଦାସ ଙ୍କ ଜନ୍ମଦିନ ପାଳିନ ନିମନ୍ତେ ରବିବାର କୋଷାଗୁମୁଡା ଓ କଟାଗାଁ ରେ ଭାଜପା ମଣ୍ଡଳ ସ୍ତରୀୟ କର୍ମୀ ଓ ନେତା ନେତ୍ରୀ ମାନେ ସଦର ଗ୍ରାମ୍ୟ ଆରାଧ୍ୟ ଦେବତା ବୀର ଚାଉଁରୀୟା ମନ୍ଦିର ଓ ମାତା ହିଙ୍ଗୁଳାଜିନ ମନ୍ଦିର ପରିସର ରେ ଏକାଠି ହୋଇଥିଲେ। କାର୍ଯ୍ୟକ୍ରମ ଆରମ୍ଭ ରେ ସନ୍ଥ କବି ରବିଦାସ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ପ୍ରଦାନ କରି, ଦୀପ ପ୍ରଜ୍ବଳନ କରାଯାଇଥିଲା ଓ ସନ୍ଥ କବି ରବିଦାସ ଙ୍କ ସ୍ମର୍ତ୍ତି ଉଚ୍ଚାରଣ କରାଯାଇଥିଲା, ।ଏହି କାର୍ଯ୍ୟକ୍ରମ ପାଇଁ ଚୟନୀତ ଏସି ଜିଲ୍ଲା ପ୍ରଭାରୀ ମୁରଲୀଧାର ସୁନା,ଜିଲ୍ଲା ସାଧାରଣ ସମ୍ପାଦକ ଜିତେନ୍ଦ୍ର ହରିଜନ,ଏସି ମଣ୍ଡଳ ପ୍ରଭାରୀ ପଦ୍ମିନୀ ମାଝୀ, ଅଲେକ ଧର୍ମ ଗୁରୁ ସୌଭାଗ୍ୟ ବାବା, ସାଂସଦ ପ୍ରତିନିଧି ସୁରେଶ ପାତ୍ର, ବିଧାୟକ ପ୍ରତିନିଧି ବୀରେନ୍ଦ୍ର ପୂଜାରୀ,ଯୁବମୋର୍ଚା ମଣ୍ଡଳ ସଭାପତି ସୁଧାଂଶୁ ପ୍ରଧାନ, ଭୁବନେଶ୍ୱର ନାୟକ,ପିଣ୍ଟୁ ପଟ୍ଟନାୟକ ମଞ୍ଚସିନ ଥିଲେ। ଏଥି ସହ ଉଭୟ ମନ୍ଦିର ପରିସର ରେ ବୃକ୍ଷ ରୋପଣ କରିଥିଲେ । ଏଥି ସହ ଟିଓଏମଇ ସ୍କୁଲ ଓ ସହୀଦ ଲକ୍ଷଣ ନାୟକ ଷ୍ଟାଡିଅମ ପରିସର ରେ ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଭାରୀ ଙ୍କ ସହ ଭାଜପା ମଣ୍ଡଳ ନେତା ମାନଙ୍କ ସହ ଦଳୀୟ କର୍ମୀ ଓ ଆଲେକ ମହିମା ଧର୍ମର ଭକ୍ତ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ ଭାବେ ପରିଚାଳନା କରିଥିଲେ ।