ପାର୍ବଣ ପ୍ରସ୍ତୁତି ରେ ଏକାଠି ହେଲେ ଜିଲ୍ଲା ପ୍ରଶାସନ ଏବଂଟେଣ୍ଟ,ଲାଇଟ ଏବଂ ସାଉଣ୍ଡ ମାଲିକ ସଙ୍ଘ
ଜଗତସିଂହପୁର
ତିର୍ତ୍ତୋଲ ,ଜଗନ୍ନାଥ ଟେଣ୍ଟ ଲାଇଟ ଆଣ୍ଡ ସାଉଣ୍ଡ ଜିଲ୍ଲା ମାଲିକ ସଙ୍ଘ ତରଫରୁ ଜିଲ୍ଲା ସ୍ଥରୀୟ ପ୍ରସ୍ତୁତି ବୈଠକ ରାହାମା ସ୍ଥିତ ନିୟୁ ଜିତ ମଣ୍ଡପ ପରିସରରେ ଆୟୋଜିତ ହୋଇଯାଇଛି | ଏହି ଅବସରରେ ଆୟୋଜିତ ସଭାରେ ସଙ୍ଘର ସଭାପତି ଶିଶିର କୁମାର ଦାସ ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟ ଅତିଥିଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପାରାଦ୍ୱୀପ ଆଜିଙ୍କ୍ୟ ବାବୁରାଓ ମାଣେ, ସଂମ୍ମାନିତ ଅତିଥି ଭାବେ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ମୁଖ୍ୟବକ୍ତା ଭାବେ ଆରକ୍ଷୀ ଉପଖଣ୍ଡ ଅଧିକ୍ଷକ,ତିର୍ତ୍ତୋଲ ର ଅଜୟ ଦାସ, ଅନ୍ୟମାନଙ୍କ ମଧ୍ୟରେ ଉପ ଆରକ୍ଷୀ ଅଧିକ୍ଷକ ଜିଲ୍ଲା ଗୋଇନ୍ଦା ବିଭାଗ ପ୍ରଭାତ ସେଠି, ତିର୍ତ୍ତୋଲ ଥାନାଅଧିକାରୀ ବଂଶୀଧର ପ୍ରଧାନ, ତିର୍ତୋଲ ତହସିଲଦାର,ମହେଶ୍ୱର ବେହେରା ପ୍ରମୁଖ ମଞ୍ଚାସିନ ହୋଇ ନିଜ ନିଜ ବକ୍ତବ୍ୟରେ ଚଳିତ ପାର୍ବଣ ଋତୁ କୁ ପ୍ରଶାସନକୁ ପୂର୍ଣ୍ଣ ସହଯୋଗରେ ଶାନ୍ତି ଶୃଙ୍ଖଳା ସହିତ ପାଳନ କରିବା ନିମନ୍ତେ ଆହ୍ୱାନ କରିଥିଲେ | ମୁଖ୍ୟତଃ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ନିର୍ଦେଶ ଓ ଓଡିଶା ଉଚ୍ଚନ୍ୟାଳୟ ଙ୍କ ନିର୍ଦେଶ ଅନୁଯାଇ ରାତି ଦଶଟା ପୂର୍ବରୁ ସାଉଣ୍ଡ ବନ୍ଦ କରିବା ସହିତ ପୂଜା ନିମନ୍ତେ ଆବଶ୍ୟକ ଅନୁମତିପତ୍ର ଜିଲ୍ଲା ପ୍ରଶାସନ ନିକଟରୁ ପ୍ରାପ୍ତ କରିବା ପାଇଁ ସମସ୍ତ କମିଟିର କର୍ମକର୍ତ୍ତା ମାନଙ୍କୁ ମଞ୍ଚାସିନ ଅତିଥି ମାନେ ସୂଚନା ପ୍ରଦାନ କରିଥିଲେ | ପରିଶେଷରେ ସଙ୍ଘ ତରଫରୁ ମଞ୍ଚାସିନ ଅତିଥି ମାନଙ୍କ ସମେତ ଉପସ୍ଥିତ ଜିଲ୍ଲାର ସମସ୍ତ ଥାନାଅଧିକାରୀ, ତହସିଲଦାର ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
