ବ୍ଳକ ସ୍ତରୀୟ ଭଲିବଲ ଓ କବାଡ଼ି ପ୍ରତିଯୋଗିତା।

ବୋଲଗଡ଼,୨୬/୦୮(ଉପାନ୍ତ ଖବର):ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ବେହେରାଙ୍କ ପୌରହିତରେ ବ୍ଳକ ସ୍ତରୀୟ ଭଲିବଲ ଓ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ କ୍ରୀଡା ପତାକା ଉତ୍ତୋଳନ କରିଥିଲେ। ସମ୍ମାନିତ ଅତିଥି ରୂପେ ପ୍ରାକ୍ତନ ଶହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଚରଣ ବେହେରା, ସେବା ନିବୃତ୍ତ କ୍ରୀଡା ଶିକ୍ଷକ ଜୟରାମ ଦାସ, ଗୋପାଳ ଚରଣ ମହାନ୍ତି, ବିଦ୍ୟାଳୟ ପରିଚାଳନା ପରିଷଦର ଅଧ୍ୟକ୍ଷ ଏସ ଏମ ସି ଅଂଶୁମାନ ବେହେରା, ଉପସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ, ପଞ୍ଚସଖା ଶିକ୍ଷା ସେତୁ ସଂଗଠନର ସଭାପତି ବୈକୁଣ୍ଠ ଖୁଣ୍ଟିଆ ପ୍ରମୁଖ ଯୋଗଦାନ କରିଥିଲେ। ବୋଲଗଡ଼ ବ୍ଲକର ୨୮ଟି ହାଇସ୍କୁଲ, ୫ଟିକଲେଜ୍, ୬ଟି ମ.ଇ ସ୍କୁଲରୁ ୨୦୦ କ୍ରୀଡ଼ାପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ୪୮ଜଣପ୍ରତିଯୋଗୀ ବ୍ଳକସ୍ତରରୁ ଜିଲ୍ଲା ସ୍ତରକୁ ଚୟନ କରାଯାଇ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ମଣ୍ଡଳ କ୍ରୀଡା ସମ୍ପାଦକ ଅଭିଷେକ ମହାନ୍ତି, ପୂର୍ବତନ ସଂପାଦକ ମାନସ କୁମାର ବେହେରା, ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ପ୍ରୀତମ କୁମାର ଦାଶ,ଶୁସାନ୍ତ କୁମାର ପାଇକରାୟ ଓ ଏଥି ସହିତ ସମସ୍ତ ଖେଳ ଶିକ୍ଷକ ଓ ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ। ଶେଷରେ ବିଦ୍ୟାଳୟର ଶିକ୍ଷକ ରସାନନ୍ଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
