November 23, 2024

ପିପୁଲ୍ସ କଲେଜ ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ମହିଳା ସମାନତା ଦିବସ ପାଳିତ

Share

ପିପୁଲ୍ସ କଲେଜ ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ମହିଳା ସମାନତା ଦିବସ ପାଳିତ
ବୁଗୁଡ଼ା : ତା ୨୬/୦୮/୨୩ : ସ୍ଥାନୀୟ ପିପୁଲ୍ସ କଲେଜର ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବପରିସରରେ ମହିଳା ସମାନତା ଦିବସ ପାଳନ ସହ ମହିଳା ସମାନତା ସମ୍ପର୍କିତ ପ୍ରତିଛବି ଉପସ୍ଥାପନା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରିଚାଳନା କମିଟି ସଭାପତି ରଜନୀ କାନ୍ତ ଭଟ୍ଟ ଏବଂ ସମ୍ମାନିତ ଅତିଥି ତଥା ବିଚାରକ ଭାବେ କଲେଜର ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ , ଆଇକ୍ୟୁଏସି କୋ-ଅର୍ଡିନେଟର ଡଃ.ପ୍ରଦୀପ କୁମାର ଦାଶ ଓ ଉମେନ୍ ସେଲ୍ କୋ-ଅର୍ଡିନେଟର ଅଧ୍ଯାପିକା ସସ୍ମିତା ସାମନ୍ତରା ପ୍ରମୁଖ ଯୋଗ ଦେଇ ଲିଙ୍ଗ ସମାନତା ଓ ନାରୀ ଅଧିକାର କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ସ୍ମରଣ କରିବା ଏବଂ ମହିଳାମାନେ କାର୍ଯ୍ୟକ୍ଷେତ୍ର , ଶିକ୍ଷାନୁଷ୍ଠାନ , ରାଜନୀତି ଓ ଅନ୍ୟାନ୍ୟ କ୍ଷେତ୍ରରେ ହେଉଥିବା ଆହ୍ବାନଗୁଡିକୁ ଉତ୍ଥାପନା କରିବା ଲାଗି ଏହି ଦିବସ ଏକ ଉତ୍କୃଷ୍ଟ ଅବସର ବୋଲି ମତବ୍ୟକ୍ତ କରିଥିଲେ । ଏ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୋଷ୍ଟର ପ୍ରେଜେଣ୍ଟେସନ୍ କମ୍ପିଟିସନ୍ ଅନୁଷ୍ଠିତ ହୋଇଥିଲା ବେଳେ ବିଚାରକ ମଣ୍ଡଳୀ ଦ୍ବାରା ସ୍ଥିରୀକୃତ କୃତି ପ୍ରତିଯୋଗୀଙ୍କ ମଧ୍ୟରୁ ଛାତ୍ରୀ ଉର୍ମିଳା ମହାନ୍ତି , ସୁମନ ମହାରଣା ଓ ଯଶୋପ୍ରଜ୍ଞା ପ୍ରଧାନ ଯଥାକ୍ରମେ ପ୍ରଥମ , ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ରସାୟନ ବିଜ୍ଞାନ ବିଭାଗୀୟ ମୁଖ୍ୟ ଅଧ୍ୟାପକ ମନୋଜ କୁମାର ଦାସଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ଯାପକ ବିଜେନ୍ଦ୍ର ଆଚାର୍ଯ୍ୟ ଓ ଅଧ୍ୟାପିକା ଶୁଭସ୍ମିତା ମହାପାତ୍ର ପରିଚାଳନା କରିଥିବା ବେଳେ ନରହରି ଚୌଧୁରୀ ଓ ଅନିଲ୍ କୁମାର ଦାଶ ଏଥିରେ ସକ୍ରିୟ ସହଯୋଗ କରିଥିଲେ ଏବଂ ପରିଶେଷରେ ଅଧ୍ୟାପକ ଶ୍ରୀକୃଷ୍ଣ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ ।