April 19, 2025

ବନ୍ଧାଗୁଡ଼ା ପ୍ରଥର କ୍ରସରରେ କାର୍ଯ୍ୟ କରୁଥିବା ଦୁଇ ଶ୍ରମିକ ପଥର

Share

ବନ୍ଧାଗୁଡ଼ା ପ୍ରଥର କ୍ରସରରେ କାର୍ଯ୍ୟ କରୁଥିବା ଦୁଇ ଶ୍ରମିକ ପଥର ଫୁଟାଇବା ବେଳେ ପଥର ଖସି ମୃତ —— ଗଜପତି ଜିଲ୍ଲା ମୋହନା ଥାନା ମେରାପଲ୍ଲି ପଞ୍ଚାୟତ ଅନ୍ତର୍ଗତ ବନ୍ଧାଗୁଡା ଗ୍ରାମଠାରୁ କିଛି ଦୂରରେ ଥିବା ପଥର କ୍ରସରରେ ଗତ ରାତ୍ର ଏକ ଅଘଟଣ ଘଟିଛି। ରାତ୍ର ଦଶ ଘଣ୍ଟା ସମୟରେ ପ୍ରଥର କ୍ରସରେ କାର୍ଯ୍ୟ କରୁଥିବା ଦୁଇ ଶ୍ରମିକ ପଥର ତଳେ ଚାପି ହୋଇ ମୃତୁ ବରଣ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଦୁଇ ଶ୍ରମିକ ପଥର ତଳେ ଥିବା ଦେଖିବାକୁ ମିଳୁଛି। ମୃତ ଦୁଇ ଶ୍ରମିକ ସମ୍ପର୍କରେ ମାମୁଁ ଓ ଭଣଯା। ମୃତ ଦୁଇ ଜଣ ଶ୍ରମିକ ଦୀର୍ଘ ବର୍ଷ ଧରି କ୍ରସରରେ କାର୍ଯ୍ୟ କରୁଥିବା ଶୁଣିବାକୁ ମିଳୁଛି। ଏହି ଖବର ପାଇ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ନିଜ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କୁ ଧରି ଉଦ୍ଧାର କାର୍ଯ୍ୟ ଚାଲୁ ରଖିଥିବା ପ୍ରକାଶ। ଦୁଇ ଶ୍ରମିକଙ୍କ ଉପରେ ବିରାଟ ପଥର ଖସି ରହିଥିବା ବେଳେ ପଥର ତଳେ ଦୁଇ ଶ୍ରମିକଙ୍କ ମୃତ ଦେହ ରହିଛି। ଏହି ଖବର ପାଇ ଶ୍ରମିକଙ୍କ ପରିବାର ଘଟଣା ସ୍ଥଳରେ ଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣା ସ୍ଥଳରେ କ୍ରସର ପରିଚାଳକ ନ ଥିବା ଦେଖିବାକୁ ମିଳିଛି। ଦୁଇ ଶ୍ରମିକଙ୍କ ଘର ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଝରେଡି ରଧାଗୋବିନ୍ଦପୁର ଓ ମଧୂରର୍ଚୁଆ ବୋଲି ଜଣାପଡିଛି। ଶ୍ରମିକ ଦୁଇଜଣଙ୍କ ନାମ ନାରାୟଣ ନାହାକ ଓ ବିଷ୍ଣୁ ନାହାକ।