September 15, 2026

ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ୫ ବିଶେଷଜ୍ଞ ଡାକ୍ତର ନିଯୁକ୍ତି

IMG-20230825-WA0028
Share

ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ୫ ବିଶେଷଜ୍ଞ ଡାକ୍ତର ନିଯୁକ୍ତି

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଆଉ ୫ ଜଣ ବିଶେଷଜ୍ଞ ଡାକ୍ତର ଙ୍କୁ ରାଜ୍ୟ ସରକାର ଆଜି ନିଯୁକ୍ତ ଦେଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଭେଷଜ ବିଭାଗ ରେ ଡ଼ ଜିତେନ୍ଦ୍ର କୁମାର ପାଣିଗ୍ରାହୀ, ଶଲ୍ୟ ବିଭାଗ ରେ ଡ଼ ସମରେନ୍ଦ୍ର ଶତପଥୀ, ନିଶ୍ଚେତକ ବିଭାଗ ରେ ଡ଼ ସିବାଙ୍ଗି ମହତ, ଦାନ୍ତ ବିଭାଗ ରେ ଡ଼ ବୋଧିସତ୍ୱ ପଟ୍ଟନାୟକ, ଅସ୍ଥି ଶଲ୍ୟ ବିଭାଗ ରେ ଡ଼ ଅଭିଷେକ ମିଶ୍ର ଓ ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଶିଶୁ ବିଭାଗ ରେ ଡ଼ ସିଦ୍ଧାନ୍ତ ଶେଖର ପତି ଙ୍କୁ ନିଯୁକ୍ତ ଦିଆଯାଇଥିବା ବିଜ୍ଞପ୍ତି ପ୍ରକାଶ ପାଇଛି । ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ପୂର୍ବରୁ ମୋଟ ୧୯ ଜଣ ଡାକ୍ତର ରହିବା ବ୍ୟବସ୍ଥା ଥିବା ବେଳେ ବର୍ତ୍ତମାନ ଏଠାରେ ଆଉ ୩୦ ଜଣ ଏମ୍ ବି ବି ଏସ ଡାକ୍ତର ଆସନ ସରକାର ବୃଦ୍ଧି କରିଛନ୍ତି । ବର୍ତ୍ତମାନ ମୋଟ ୪୯ ଜଣ ଡାକ୍ତର ଏହି ଡାକ୍ତରଖାନାରେ ରହିବା ନିୟମ ରହିଛି । ଆଜିସୁଦ୍ଧା ଏଠାରେ ମୋଟ ୧୨ ଜଣ ଡାକ୍ତର ରହିଛନ୍ତି । ଦୀର୍ଘ ବର୍ଷ ଧରି ଏହି ଉପଖଣ୍ଡ ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତ ହେଉ ନ ଥିବା ରୁ ଅଞ୍ଚଳରେ ଚିକିତ୍ସା ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଏହି ବିଶେଷଜ୍ଞ ଡାକ୍ତର ନିଯୁକ୍ତ ହେବାପରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ରେ ସୁଧାର ଆସିବ ବୋଲି ଆଶା କରାଯାଉଛି ।