ytuyu-1-292x300-1-150x150-1-150x150-1-150x150-1
Share

*ଖବର ଆଜିର*
ତାରିଖ ୨୬/୦୭/୨୦୨୩ ବୁଧବାର ।

ମେଡିକାଲ ବେଡରେ ଆଇଏଏସ୍ ପ୍ରସ୍ତୁତି । ସ୍ୱପ୍ନ ପୂରଣ କରିବାକୁ ପାଠ ପଢ଼ୁଛନ୍ତି ଗୁଣୁପୁରର ରଶ୍ମିତା ପାଣିଗ୍ରାହୀ ।

ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ବିମାନବନ୍ଦରରେ ଭବ୍ୟ ସ୍ବାଗତ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ।

୧୦୦ଟି ସର୍ବକାଳୀନ ଶ୍ରେଷ୍ଠ ଓଡ଼ିଆ ଗଳ୍ପକୁ ବିଦେଶୀ ଭାଷାରେ ଅନୁବାଦ କରାଯିବ: ସଂସ୍କୃତି ବିଭାଗର ବଡ଼ ପଦକ୍ଷେପ ।

ଟିମ୍ ଇଣ୍ଡିଆର ମଉଳିଲା ସିରିଜ୍ ମୂଳପୋଛ ସ୍ବପ୍ନ; ଦ୍ବିତୀୟ ଟେଷ୍ଟ ଡ୍ର’, ୧-୦ରେ ଶୃଙ୍ଖଳା ବିଜୟ ।

କେନ୍ଦୁଝରରେ ୭ ଦିନରେ ସାପ କାମୁଡ଼ାରେ ୪ ଛାତ୍ରଛାତ୍ରୀଙ୍କ ମୃତ୍ୟ ପରେ ଚେତିଲା ପ୍ରଶାସନ । ପ୍ରତ୍ୟେକ ତହସିଲଦାରଙ୍କ ନେତୃତ୍ୱରେ ଭିତ୍ତିଭୂମି ଯାଞ୍ଚ ପାଇଁ ଗଠନ ହେଲା ଟିମ I

ପୁରସ୍କାର ଫେରସ୍ତ’ ରୋକିବାକୁ ଆଗୁଆ ଅଙ୍ଗୀକାର ପତ୍ର ଲେଖାଇ ନେବାକୁ ସଂସଦୀୟ କମିଟିର ପ୍ରସ୍ତାବ।

ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ତିନି ଦିନିଆ ଗସ୍ତରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ ।

IRCTCରେ ପୁଣି ଆରମ୍ଭ ହେଲା ଟିକେଟ୍ ବୁକିଂ, ମଙ୍ଗଳବାର ସକାଳଠୁ ଥିଲା ବନ୍ଦ, ଯାତ୍ରୀ ଆଶ୍ୱସ୍ତ ।

ସୀମା ଓ ସଚିନଙ୍କ ପାଇଁ ବଢିଲା ଅଡୁଆ, ପୁଣିଥରେ ସେମାନଙ୍କୁ ଉଠାଇନେଲା ଏଟିଏସ୍ ।

ଭାରତୀୟ ପୁରୁଷ କ୍ରିକେଟ ଦଳ ପାଇଁ ୨୦୨୩-୨୪ର ଘରୋଇ ଖେଳସୂଚୀ ଘୋଷଣା କରିଛି ବିସିସିଆଇ । ଚଳିତ ଘରୋଇ ସିଜନରେ ଭାରତୀୟ ଦଳ ୧୬ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ।

କେନ୍ଦ୍ର ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ‘ନିଜ ଦଳ ଶାସନରେ ଥିଲେ, କାହିଁକି ନିଆଯାଉନାହିଁ କାର୍ଯ୍ୟାନୁଷ୍ଠାନ’। ।

କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ସଜବାଜ ହେଉଛନ୍ତି ବିରୋଧୀ, ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପାଇଁ ଜୋର ଧରୁଛି ଦାବି ।

ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ର ଅଧିନାୟକ ହରମନପ୍ରୀତ କୌରଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଇଛି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)। ମ୍ୟାଚ ସମୟରେ ଖରାପ ବ୍ୟବହାରକୁ ନେଇ ମଙ୍ଗଳବାର ଆଇସିସି ତାଙ୍କୁ ୨ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବା ଉପରେ ବ୍ୟାନ୍‌ ଲଗାଇଛି।

ରୁଷର ବଡ଼ ନିଷ୍ପତ୍ତି: ଲିଙ୍ଗ ପରିବର୍ତ୍ତନ, ଟ୍ରାନ୍ସଜେଣ୍ଡର ବିବାହ ଉପରେ ଲଗାଇଲା ବ୍ୟାନ୍ ।

ଖୋଲିଲା ଆଉ ୪ଟି ଗେଟ୍‌  ।ମୋଟ ୧୨ଟି ଗେଟ୍‌ ଦେଇ ହୀରାକୁଦରୁ ହେଉଛି ଜଳ ନିଷ୍କାସନ ।ଜଳ ପ୍ରବେଶର ମାତ୍ରା ବଢ଼ୁଥିବାରୁ ଖୋଲିଲା ଆଉ ୪ ଗେଟ୍‌ ।

ଓସିଏସ୍‌-୨୦୨୧ ପରୀକ୍ଷାଫଳ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଲେ ହାଇକୋର୍ଟ ।ବିନା ଅନୁମତିରେ ଫଳ ପ୍ରକାଶ ନ କରିବାକୁ ଓପିଏସ୍‌ସିକୁ ନିର୍ଦେଶ ।

ନନ୍ଦନକାନନକୁ ଆସିଲେ ହୁଲକ୍ ଗିବନ ଓ ଚିତା ବିରାଡ଼ି ।

ଜି -୨୦ ଆୟୋଜନ କରିବାକୁ ପ୍ରସ୍ତୁତ ଦେଶର ସର୍ବବୃହତ କନଭେନସନ ସେଣ୍ଟର, ଆଜି ଦେଶକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ।

ରାଜ୍ୟରେ ବସିବ ଆଉ ୩ ଇଥାନଲ୍‌ ପ୍ଲାଣ୍ଟ୍‌: ଖୋର୍ଦ୍ଧାରେ ୨ଟି ପୋଷାକ କାରଖାନା ।

ଚଳିତ ଆର୍ଥିକ ବର୍ଷ ପାଇଁ ଆଇଏମଏଫ ବଢ଼ାଇଲା ଭାରତର ଅଭିବୃଦ୍ଧି ହାର, ୬.୧ ପ୍ରତିଶତ ରହିପାରେ ଜିଡିପି ।

ସୁପ୍ରଭାତ ,ଶୁଭ ସକାଳ ।