୧୨ ଦିନ ଧରି ଅନଶନରେ ବସିଥିବା ଯୁବ ନେତା ମହମ୍ମଦ ମନୱର ଅଲ୍ଲୀଙ୍କୁ ସମର୍ଥନ ଦେଲା ଆମ୍ ଆଦମୀ ପାର୍ଟି
ଭୁବନେଶ୍ବର( ଦେବାଶିଷ ଦାଶ )
ଅପାରଗ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଦୀର୍ଘ ୧୨ ଦିନ ଧରି ଲୋୟର ପିଏମଜିରେ ଅନଶନ ଓ ସତ୍ୟାଗ୍ରହରେ ବସିଥିବା ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ସଭାପତି ମହମ୍ମଦ ମନୱର ଅଲ୍ଲୀଙ୍କୁ ଆପ୍ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ପହଞ୍ଚି ଦଳ ତରଫରୁ ସମର୍ଥନ ଜ୍ଞାପନ କରିଥିଲେ। ତାଙ୍କ ସହ ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ସନ୍ଦୀପ୍ତ ଦାସ୍, ଶ୍ରୀ ଶ୍ରୀକାନ୍ତ ପାଣି, ଶ୍ରୀ ଅମିୟ ଶର୍ମା, ଶ୍ରୀ ଲଲାଟ ଜେନା, ଶ୍ରୀ ବିଭୂତି ଷଡ଼ଙ୍ଗୀ, ଶ୍ରୀ ସୁବାଷ ପଣ୍ଡା, ଶ୍ରୀ ସଲାମ ଖାନ୍ , ଶ୍ରୀମତୀ ଜ୍ୟୋତିର୍ମୟୀ ନାୟକ,ଶ୍ରୀମତୀ ରିୟା ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ।
