August 31, 2026

ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ସୁପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 

IMG-20260831-WA0069
Share

ସମ୍ବଲପୁର,୩୧.୦୮:ଯୁଯୋମୁରା ବ୍ଲକ ମହୁଲପାଲି ସ୍ଥିତ ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ତରଫରୁ ସୁପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚଶିକ୍ଷା ବିଭାଗ ଓ ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ କାର୍ଯ୍ୟକାରୀ ହେଉଥିବା ଉକ୍ତ କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ହେଉଛି ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଆସୁଥିବା ପ୍ରତ୍ୟୋକ ଶିଶୁମାନଙ୍କୁ କୂପୋଷଣ ମୁକ୍ତ କରିବା ସହ ସେମାନଙ୍କୁ ସୁସ୍ଥ ଓ ସବଳ କରି ଗଢିତୋଳିବା । ଏଥିପାଇଁ ସାରା ଓଡ଼ିଶାର ୩୦ ଜିଲ୍ଲାରେ ଆଗାମୀ ମାସରେ ଏନ୍ ଏସ୍ ଏସ୍ ସ୍ଵେଚ୍ଛାସେବୀ ମାନେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରକୁ ପରିଦର୍ଶନ କରି ଶିଶୁ ମାନଙ୍କ ଉଚ୍ଚତା ଓ ଓଜନ ପରିମାପ ପୂର୍ବକ ସେମାନଙ୍କ ମୂଲ୍ୟାଙ୍କନ କରିବେ । ସ୍ଵେଚ୍ଛାସେବୀ ମାନଙ୍କ ସଫଳ କାର୍ଯ୍ୟ ପରିଚାଳନା ପାଇଁ ଆୟୋଜିତ ଆଜିର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଗିରିଶ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ପ୍ରଶିକ୍ଷିକା ଭାବେ ଯୁଯୋମୁରା ବ୍ଲକ ଆଇସିଡ଼ିଏସ୍ ସୁପରଭାଇଜର ରେଣୁବାଲା ପ୍ରଧାନ ଯୋଗଦେଇଥିଲେ । ଓ ସ୍ଵେଚ୍ଛାସେବୀ ମାନଙ୍କୁ ଆବଶ୍ୟକ ମାର୍ଗଦର୍ଶନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶାନ୍ତନୁ ପଧାନ ସଂଯୋଜନା କରିଥିଲେ । ଏହି କାର୍ଯ୍ୟ ପାଇଁ ମନୋନିତ ସମସ୍ତ ୨୬ ଜଣ ମହିଳା ସ୍ଵେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ । ସ୍ଥାନୀୟ ଅଙ୍ଗନବାଡି କର୍ମୀ ଅର୍ଚିତା ଛତ୍ରୀଆ ଓ ଉର୍ବସି ଭୋଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

You may have missed