ବ୍ରହ୍ମପୁର ପୁଲିସର ପୁଣି ଏନକାଉଣ୍ଟର , ସୁଧୀର ପାତ୍ର ହତ୍ୟା ମାମଲାର ୨ ଅଭିଯୁକ୍ତଙ୍କୁ ପୁଲିସର ଗୁଳି
ବ୍ରହ୍ମପୁର ପୁଲିସର ପୁଣି ଏନକାଉଣ୍ଟର । ପୁଲିସ ଗୁଳିରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଜଖମ ହୋଇଛନ୍ତି । ଗୋପାଳପୁର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାର ୨ ଅଭିଯୁକ୍ତଙ୍କ ଗୋଡ଼ରେ ବାଜିଛି ଗୁଳି । ରାତି ପ୍ରାୟ ୧୨ଟା ୧୫ରେ ଏହି ଏନକାଉଣ୍ଟର ହୋଇଛି । ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ନୂଆଗାଁର ରଞ୍ଜନ ମଲ୍ଲିକ ଓ ହିଞ୍ଜିଳି ଥାନା ସିକିରିର ସରୋଜ ପଣ୍ଡା ଓରଫ ଭିକି ।
ବ୍ରହ୍ମପୁର ପୁଲିସର ପୁଣି ଏନକାଉଣ୍ଟର । ପୁଲିସ ଗୁଳିରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଜଖମ ହୋଇଛନ୍ତି । ଗୋପାଳପୁର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାର ୨ ଅଭିଯୁକ୍ତଙ୍କ ଗୋଡ଼ରେ ବାଜିଛି ଗୁଳି । ରାତି ପ୍ରାୟ ୧୨ଟା ୧୫ରେ ଏହି ଏନକାଉଣ୍ଟର ହୋଇଛି । ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ନୂଆଗାଁର ରଞ୍ଜନ ମଲ୍ଲିକ ଓ ହିଞ୍ଜିଳି ଥାନା ସିକିରିର ସରୋଜ ପଣ୍ଡା ଓରଫ ଭିକି । ବ୍ରହ୍ମପୁର ସଦର ଥାନା ରତ୍ନପୁର ନିକଟରେ ଉଭୟଙ୍କୁ ପୁଲିସ ଏନକାଉଣ୍ଟର କରିଛି । ଏହାକୁ ମିଶାଇ ଗତ ୧୧ ଦିନରେ ବ୍ରହ୍ମପୁରରେ ୫ଜଣଙ୍କୁ ଏନକାଉଣ୍ଟର ହୋଇଛି । ଗୋପାଳପୁର ଅଞ୍ଚଳର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ରଞ୍ଜନ ଓ ସରୋଜ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଥିଲେ ।
ସୁଧୀରଙ୍କୁ ଅପହରଣ କରିବାରେ ଏମାନେ ସାହାଯ୍ୟ କରିଥିବା ପୁଲିସକୁ ସୁରାକ ମିଳିଥିଲା । ହତ୍ୟାକାଣ୍ଡ ପରେ ଏମାନେ ପ୍ରମାଣ ନଷ୍ଟ ଉଦ୍ୟମ ବି କରିଥିବା ପୁଲିସ ଖବର ପାଇଥିଲା । ଗତ ୧୦ଦିନ ହେଲାଣି ଉଭୟଙ୍କୁ ପୁଲିସ ସ୍କାନରରେ ରଖିଥିଲା । ହେଲେ ସେମାନେ ପୁଲିସକୁ ଚକମା ଦେଇ ଚାଲିଥିଲେ । ଗତ ରାତି ପ୍ରାୟ ୧୨ଟା ବେଳେ ଉଭୟ ରଞ୍ଜନ ଓ ସରୋଜ ଏକ ବାଇକରେ ବ୍ରହ୍ମପୁର ସଦର ଥାନା ରତ୍ନପୁର ଦେଇ ଘରକୁ ଫେରୁଥିବା ପୁଲିସ ଖବର ପାଇ ସେମାନଙ୍କ ପିଛା କରିଥିଲା । ହେଲେ ସେମାନେ ପୁଲିସକୁ ଦେଖି ଆକ୍ରମଣ ଆରମ୍ଭ କରିଥିଲେ ।
ଫଳରେ ପୁଲିସ ବାଧ୍ୟ ହୋଇ ଦୁହିଁଙ୍କୁ ଏନକାଉଣ୍ଟର କରିଥିଲା। ଗତ ଏପ୍ରିଲ ୧୬ ତାରିଖରେ ସୁଧୀରଙ୍କୁ ଅପହରଣ କରାଯାଇଥିଲା। ସେହି ମାସ ୨୨ ତାରିଖରେ ତାଙ୍କର ମୃତଦେହ ମିଳିଥିଲା । ପୁଲିସ ଏହି ଘଟଣାରେ ସୁପାରିକିଲର ଓ ସୁଧୀରଙ୍କ ପୁତୁରା, ଝିଆରୀ ସମେତ ୯ଜଣଙ୍କୁ ଗିରଫ କରିସାରିଛି । ତଥାପି ଏହି ମାମଲାରେ ଆଉ କିଛି ପେସାଦାର ଅଭିଯୁକ୍ତ ଫେରାର ଥିବା ଜଣାପଡିଥିଲା । ଗୁଳି ଖାଇଥିବା ରଞ୍ଜନ ଓ ସରୋଜଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି ।
