ଉଦଘାଟିତ ହେଲା BPL
ପ୍ରତିବର୍ଷ ଭଳି ଚଳିତବର୍ଷ ମହାବୀର କ୍ରିକେଟ ଟିମ ଆୟୋଜନ ରେ ବାଲିଗୁଆଳି ପ୍ରିମିୟର ଲିଗ ଅନୁଷ୍ଠିତ ହୋଇଯାଇଛି l ଏଥିରେ ୬ଟି ଟିମ ଅଂଶଗ୍ରହଣ କରିଛନ୍ତି l ମା ନାରାୟଣୀ ସ୍ପୋର୍ଟିଂ ର ଓନର ଜ୍ଞାନରଞ୍ଜନ ପ୍ରଧାନ, ସାଇ ଅଭେଞ୍ଜର ର ଓନର ଶ୍ରେୟାଂଶୁ ମହାପାତ୍ର, ଲୁବୁନ ଟୂବୁନ XI ର ଓନର ସନ୍ତୋଷ କୁମାର ସ୍ୱାଇଁ, ମାରୁତି ୱାରିୟର୍ସ ର ଓନର ସୁଧାଂଶୁ ଶେଖର ଜେନା, ୟୁନାଇଟେଡ଼ ୱାରୀୟାର୍ସ ର ଓନର ରାକେଶ ବେହେରା ଏବଂ ରଞ୍ଜିତ ପ୍ରଧାନ ଏବଂ ଦକ୍ଷିଣକାଳୀ ଚାଲେଞ୍ଜର୍ସ ଓନର ସରୋଜ କୁମାର ସାହୁ ଏହି ଟୁର୍ନାମେଣ୍ଟ ରେ ନିଜନିଜ ଟିମକୁ ଅଂଶଗ୍ରହଣ କରାଇଛନ୍ତି l ପ୍ରଥମଦିନ ଉଦ୍ଘାଟନୀ ମ୍ୟାଚରେ ବାଲିଗୁଆଳି ଗ୍ରାମ୍ୟ ପରିଚାଳନା କମିଟି ର ସମସ୍ତ ସଭ୍ୟ, ବାଲିଗୁଆଳି ଗ୍ରାମପଞ୍ଚାୟତ ସରପଞ୍ଚ ସିଲୁ ସେନାପତି, ବେଲଦଳ ଗ୍ରାମପଞ୍ଚାୟତ ସରପଞ୍ଚ ବିପିନ ଦାସ, ସମାଜସେବୀ ରବି ଦୋରା, ସମସ୍ତ ଟିମ ଓନର ଏବଂ ପୂର୍ବତନ ଓନର ମାନେ ଉପସ୍ଥିତ ଥିଲେ l ଆୟୋଜକ ମହାବୀର କ୍ରିକେଟ ଟିମର ସଭାପତି ମାନସ ବରାଳ, କୋଷାଧକ୍ଷ ପୃଥ୍ଵୀରାଜ ଜେନା, ରାକେଶ ମାଳ, ରଞ୍ଜନ ଜେନା, ବାସୁଦେବ ବରାଳ, ସୁଧାଂଶୁ ନାୟକ ଓ ବିଚିତ୍ର ପ୍ରଧାନଙ୍କ ସହିତ ମହାବୀର ଟିମର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ l ଉଦ୍ଘାଟନୀ ମ୍ୟାଚଟି ମା ନାରାୟଣୀ ସ୍ପୋର୍ଟିଂ ଏବଂ ୟୁନାଇଟେଡ଼ ୱାରିୟର୍ସ ମଧ୍ୟରେ ହୋଇଥିଲା ଏବଂ ମା ନାରାୟଣୀ ସ୍ପୋର୍ଟିଂ ମ୍ୟାଚ ଜିତିନେଇଥିଲା l ଏହି ମ୍ୟାଚ ଦେଖିବାପାଇଁ ଦର୍ଶକଙ୍କ ଭିଡ଼ ଲାଗିରହିଥିଲା l ଏହି ମ୍ୟାଚ କୋଡିଏ ଦିନ ଧରି ଚାଲୁରହିବ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
