September 24, 2026

ଭୁବନେଶ୍ବର ରୁ ଗୁଣୁପୁର ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଆନ୍ଧ୍ରର ଟେକାଲି ନିକଟରେ ରେଳ ଧାରଣାରେ ୪ ଜଣ ଛାତ୍ରଙ୍କ ମୃତ୍ୟୁ ଜଣେ ଗୁରୁତର 

IMG-20260924-WA0052
Share

 ପାରଳାଖେମୁଣ୍ଡି:୨୩/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଦେଇ ଗୁଣୁପୁର ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଧକ୍କା ରେ ୪ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଭାବେ ଆହାତ ଛାତ୍ରଙ୍କୁ ନିକଟସ୍ଥ ଟେକାଲି ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି। ଘଟଣାରୁ ପ୍ରକାଶ ଯେ ପାରଳାଖେମୁଣ୍ଡି ଠାରୁ ୨୫ କିମି ଦୂର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଟେକେଲି ମଣ୍ଡଳ ଅନ୍ତର୍ଗତ ରାୟୱାଲସା ଗ୍ରାମ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।ସୂଚନା ଅନୁଯାୟୀ ଟେକାଲି ଗ୍ରାମ ସ୍ଥିତ ଏସ ସି/ଏସ ଟି ହଷ୍ଟେଲ ରେ ରହି ଏହି ୫ ଜଣ ଛାତ୍ର +୨ରେ ଅଧ୍ୟୟନ କରୁଥିଲେ l ଘଟଣା ଘଟିବା ଦିନ ଏହି ୫ଜଣ ଛାତ୍ର ରାୟଭଲସା ଗ୍ରାମ ନିକଟରେ ରେଳଧାରଣା ପାରକରି ଆରପଟକୁ ବର୍ଷା ପାଣିରୁ ମାଛ ଧରିବା ପାଇଁ ଯାଇ ପୁଣି ସେହି ରେଳ ଧାରଣା ଦେଇ ଫେରୁଥିବା ବେଳେ ଆକାଶ ଅନ୍ଧାର ଓ ମେଘୁଆ ଥିବାରୁ ଅପର ପଟୁ ହଟାତ୍ ରଜ୍ୟରାଣୀ ଟ୍ରେନ ଆସୁଥିବା ଦେଖି ପାରିନଥିଲେ l ଏହି ସମୟରେ ହଠାତ୍‌ ରାଜାରାଣୀ ଏକ୍ସପ୍ରେସ ଆସିଯାଇଥିଲା। ଟ୍ରେନ ଧକ୍କାରେ ଘଟଣାସ୍ଥଳରେ ହିଁ ୪ ଛାତ୍ରଙ୍କ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଛାତ୍ରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଟେକେଲି ହସ୍ପିଟାଲକୁ ପଠା ଯାଇଥିଲା ମୃତ ଛାତ୍ରଙ୍କ ନାଁ ହେଲା: ବିଶାଖା ରାଓ, ଦିଲ୍ଲୀପ, ଶରତ ଓ ସିଭା ଆହତ ଛାତ୍ରଙ୍କ ନାଁ ହେଲା ସଲମାନ ରାଜୁ ବୋଲି ଜଣା ପଡ଼ିଛି l ସ୍ଥାନୀୟ ଗ୍ରାମ ବାସୀଙ୍କ କହିବା ଅନୁଯାୟୀ

ଦୁର୍ଘଟଣା ସମୟରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିଲା। ବର୍ଷା ଯୋଗୁ ଆକାଶ ଅନ୍ଧାରୁଆ ଥିବା ଓ ଆଲୋକ କମିଯାଇଥିବାରୁ ଟ୍ରେନ ଆସିବା କଥା ସେମାନେ ଦେଖି ପାରିନଥିବା କିମ୍ବା ଜାଣିପାରି ନ ଥିବା ଅନୁମାନ କରାଯାଉଛି। ଖବର ପାଇ ଆର.ପି.ଏଫ (RPF) ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ

ଗୁଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଦୁର୍ଘଟଣାର ସଠିକ କାରଣ ଓ ମୃତକଙ୍କ ପରିଚୟ ସ୍ପଷ୍ଟ ପରିଚୟ ମିଳି ପାରିବ। ଏହି ଦୁର୍ଘଟଣା କୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

You may have missed