November 17, 2024

ଚ୍ୟାଲେଞ୍ଜ ହେବ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା

Share

ଚ୍ୟାଲେଞ୍ଜ ହେବ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା

 

କେନ୍ଦୁଝର ଜିଲ୍ଲାର ନୂତନ ଏସ୍‌ପିଭାବେ ୨୦୧୫ ବ୍ୟାଚର ଆଇପିଏସ୍ ଅଧିକାରୀ ନିତିନ କୁଶଲକର ତାଗଡୁ ଆଜି ପୂର୍ବାହ୍ନରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଅତିରିକ୍ତ ଏସ୍‌ପିଙ୍କଠାରୁ ସେ ଦାୟିତ୍ଵ ଗ୍ରହଣ କରିବା ପରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀ, ଏସ୍‌ପିଓ, ଜିଲ୍ଲା ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅଧିକାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଛନ୍ତି। ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ଠିକ୍ ରଖିବା ପାଇଁ ସେ ଯଥାସାଧ୍ୟ ଉଦ୍ୟମ କରିବେ ବୋଲି କହିଛନ୍ତି । ସେହିପରି ଟ୍ରାଫିକ୍ ସମସ୍ୟା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯିବ ବୋଲି ନୂଆ ଏସ୍‌ପି କହିଛନ୍ତି। ନୂଆ ଏସ୍‌ପିଙ୍କ ପାଇଁ ଚ୍ୟାଲେଞ୍ଜ ହେବ ଜିଲ୍ଲା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିଶେଷ କରି କେନ୍ଦୁଝର ଜିଲ୍ଲାର ଖଣି ଅଞ୍ଚଳ ଭାବେ ପରିଚିତ ଯୋଡ଼ା, ବଡ଼ବିଲ, ବଲାଣି ଥାନା ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି

ପାଇଛି। କଥା କଥାକେ ଏଠି ଗୁଳି ଫୁଟୁଛି। ଗତ ଛଅମାସ ମଧ୍ୟରେ ଖଣି ଅଞ୍ଚଳରେ ୩ଟି ଗୁଳିକାଣ୍ଡ ଘଟିଥିବା ବେଳେ ୪ଜଣଙ୍କ ମୁଣ୍ଡ ଗହିଛି। ୨୦୨୨ ନଭେମ୍ବର ୨୮ ତାରିଖରେ ବଲାଣି ଥାନା ଅନ୍ତର୍ଗତ ଲସର୍ଦା ଗ୍ରାମର ଲକ୍ଷ୍ମୀଧର ଆପଟ୍ଟ ଓ ତାଙ୍କ ସ୍ତ୍ରୀ ମଞ୍ଜୁଲତା ଆପଟ୍ଟଙ୍କୁ ଗୁଳି ହତ୍ୟା କରାଯାଇଥିଲା । ପରେ ଏପ୍ରିଲ ୭ରେ ଜମି କାରବାରକୁ କେନ୍ଦ୍ରକରି ବଡ଼ବିଲ ଥାନା ଠାକୁରାଣୀ ନିକଟ ଦଲକି ବସ୍ତିର ଓଏମ୍ଡିସି କର୍ମଚାରୀ ଦୁଃଶାସନ ବାରିକଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ମେ ୧ରେ ବଡ଼ବିଲ ପୌରାଧ୍ୟକ୍ଷଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ସୁନୀଲ ସିହ୍ନାଙ୍କୁ ମଧ୍ୟ ବଡ଼ବିଲ ଥାନା ଅନ୍ତର୍ଗତ ମୋନି ଟାଓ୍ବାର ଛକରେ ଗୁଳିକରି ହତ୍ୟା କରାଯାଇଥିଲା । ବଡ଼ବିଲ ଥାନା ଅଞ୍ଚଳରେ ଘଟିଥିବା ଦୁଇଟି ଯାକ ଗୁଳିକାଣ୍ଡରେ ସୁପାରି କିଲର୍‌ଙ୍କୁ କରାଯାଇଥିଲା । ଯୋଡ଼ା, ବଡ଼ବିଲ, ବଲାଣି ଥାନା ଅଞ୍ଚଳ ପଡ଼ୋଶୀ ବ୍ୟବହାର

ସୁପାରି କିଲିଂ, ଟ୍ରକ୍ ଅପହରଣ, ଡକାୟତି ଆଦି ବିଭିନ୍ନ ଅପରାଧିକ କାର୍ଯ୍ୟରେ ଏମାନେ ଲିପ୍ତ ରହୁଛନ୍ତି। କୌଣସି ଅପରାଧ ଘଟାଇ ଅପରାଧୀମାନେ ସୀମା ପାର ହୋଇ ଝାଡ଼ଖଣ୍ଡ ରାଜ୍ୟକୁ ପଳାଉଛନ୍ତି । ଫଳରେ ଓଡ଼ିଶା ପୁଲିସ ସେମାନଙ୍କୁ ଧରିବାରେ ସମସ୍ୟା ହେଉଛି। ଖଣି ଅଞ୍ଚଳର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ନୂଆ ଏସ୍‌ପିଙ୍କ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି। ଆଇନଶୃଙ୍ଖଳା ସମସ୍ୟାକୁ ଚିହ୍ନଟ କରି ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରାଯାଇ ଏହାର ନିରାକରଣ କରାଯିବ ବୋଲି ନୂତନ ଏସ୍‌ପି ନିତିନ କୁଶଲକର କହିଛନ୍ତି। କାର୍ଯ୍ୟରେ ଯୋଗଦେବା ପରେ ଏସ୍‌ପି ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀ ଓ ସମସ୍ତ ଥାନା ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ଏହା ପୂର୍ବରୁ ନିତିନ କୁଶଲକର ବଲାଙ୍ଗିର ଏସ୍‌ପି ଭାବେ ଦକ୍ଷତାର ସହ କାର୍ଯ୍ୟ କରି ଲୋକଙ୍କ ପ୍ରଶଂସାଭାଜନ ହୋଇଥିଲେ ।

ଝାଡ଼ଖଣ୍ଡ ରାଜ୍ୟର ସୀମାକୁ ଲାଗିଛି। ଏହି ଅଞ୍ଚଳରେ ଝାଡ଼ଖଣ୍ଡ ଅପରାଧୀଙ୍କ ଦବ୍‌ଦବା ରହିଛି। ଖଣି ବୋରୀଠାରୁ ଆରମ୍ଭ କରି

(ସୋମେଶ ପରିଡ଼ା ଙ୍କ ରିପୋର୍ଟ)