July 14, 2026

ରଘୁନାଥଙ୍କ ଚିକିତ୍ସାରେ ଅର୍ଥ ବାଧକ

IMG-20230526-WA0007
Share

ରଘୁନାଥଙ୍କ ଚିକିତ୍ସାରେ ଅର୍ଥ ବାଧକ

 

ହାଟଡିହି ବ୍ଲକ୍ ପଞ୍ଚୁଗୋଛିଆ ଆଡ଼ହୁରିଆ ଗ୍ରାମର ରଘୁନାଥ ଜେନା ଗଛରୁ ପଡ଼ି ଗୁରୁତର ହୋଇଛନ୍ତି। ତାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ସହାୟତା ପାଇଁ ପରିବାର ନିବେଦନ କରିଛନ୍ତି। ରଘୁନାଥ ମୂଲ ଲାଗି ୫ ପ୍ରାଣୀଙ୍କୁ ପୋଷୁଥିଲେ। ବଡ଼ଝିଅ ଯୁକ୍ତ ୨ରେ ପଢୁଥିବା ବେଳେ ଅନ୍ୟ ଦୁଇଛୁଆ ପ୍ରାଥମିକ ବିଦ୍ୟାଳୟରେ ପଢୁଛନ୍ତି। ସାବତ୍ରୀ ଅମାବାସ୍ୟା ପୂର୍ବଦିନ ରଘୁନାଥ ଆମ୍ବ ତୋଳିବାକୁ ଗଛରେ ଆଜି ଚଢୁଥିବା ବେଳେ ଖସି ପଡ଼ିଥିଲେ। ଫଳରେ ତାଙ୍କ ମେରୁଦଣ୍ଡ ଓ ଗୋଡ଼ ଭାଙ୍ଗିଯାଇଥିଲା। ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ସେଠାରୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ପରେ

କରାଯାଇ ଚିକିତ୍ସା କରାଯାଉଛି। ତାଙ୍କ ସ୍ବାସ୍ଥ୍ୟବୀମା କାର୍ଡରୁ ସାଢ଼େ ତିନିଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ଡାକ୍ତରଙ୍କ କହିବା ଅନୁସାରେ, ଆଉ କିଛିଦିନ ପରେ ତାଙ୍କ କଂଘରେ ଅସ୍ତ୍ରୋପଚାର କରାଯିବ। ବର୍ତ୍ତମାନ ତାଙ୍କୁ ଆଇସିୟୁରେ ରଖାଯାଇଛି। ଚିକିତ୍ସା ପାଇଁ ଆହୁରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ। ଏକମାତ୍ର ରୋଜଗାରିଆ ବ୍ୟକ୍ତି ଡାକ୍ତରଖାନାରେ ପଡ଼ିଥିବାରୁ ଘର ଚଳିବା କଷ୍ଟକର ହେଉଛି। ଗ୍ରାମବାସୀ ବୁଲି ରଘୁନାଥଙ୍କ ଚିକିତ୍ସା ପାଇଁ ଲୋକଙ୍କଠାରୁ ସାହାଯ୍ୟ ମାଗିଛନ୍ତି। ସେହିପରି ବାପାଙ୍କ ଚିକିତ୍ସା ପାଇଁ (୭୮୦୯୭୮୬୫୯୧) ରେ କରି ସହାୟତା ଏକ ପ୍ରଦାନ କରିବାକୁ ଝିଅ ମାମାଲି ଜେନା ନିବେଦନ କରିଛନ୍ତି । ଘରଘର ଯୋଗାଯୋଗ।

You may have missed