July 14, 2026

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାଲ ଆଧାର କେନ୍ଦ୍ର ଉଦଘାଟିତ ହୋଇଯାଇଛି

IMG-20230426-WA0028
Share

 

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଚିକିତ୍ସାଳୟ ପରିସରରେ ଏହି କେନ୍ଦ୍ରର ଉଦଘାଟନ କରିଛନ୍ତି ।ଶିଶୁ ଜନ୍ମ ହେବା ପରେ ଶିଶୁକୁ ପାଂଚ ବର୍ଷ ହେବା ଯାଏଁ ଏହି କେନ୍ଦ୍ରରେ ତାର ଆଧାର ପରିଚୟ ପତ୍ର ତିଆରି ପାଇଁ ଅଭିଭାବକମାନେ ଆବେଦନ କରିବେ ।ତେବେ ଜନ୍ମରୁ ହିଁ ଶିଶୁର ପରିଚୟ ପତ୍ର ପ୍ରଦାନ ପାଇଁ ଏହି କେନ୍ଦ୍ରରେ ଆବଶ୍ୟକ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ।ଜନ୍ମ ହେବାପରେ ଶିଶୁ ଟିଏ ବିଭିନ୍ନ ସମୟରେ ଟୀକା ନେବା ପାଇଁ ଚିକିତ୍ସାଳୟକୁ ଆସୁଛି ।ସେହିପରି ସ୍ବାସ୍ଥ୍ୟ କର୍ମୀମାନେ ଘର ଘର ବୁଲି ଶିଶୁ ପାଇଁ ଆବଶ୍ୟକ ଟୀକା ପ୍ରଦାନ କରୁଛନ୍ତି ।ତେବେ ସ୍ବାସ୍ଥ୍ୟ କର୍ମଚାରୀମାନେ ପ୍ରତ୍ୟେକ ଶିଶୁର ଆଧାର ପରିଚୟ ପତ୍ର ପାଇଁ ପିତାମାତାଙ୍କୁ ଆବଶ୍ୟକ ପରାମର୍ଶ ପ୍ରଦାନ କରିବା ସହିତ ପରିଚୟ ପତ୍ର ପାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି ।ଆଧାର ପରିଚୟ ସଂଯୁକ୍ତ ଜନ୍ମ ପ୍ରମାଣ ପତ୍ର ପ୍ରସ୍ତୁତ ପାଇଁ ଏହି ବାଲ ଆଧାର କେନ୍ଦ୍ର କାର୍ଯ୍ୟ କରିବ ।ତେଣୁ ନବଜାତ ଶିଶୁମାନଙ୍କ ଅଭିଭାବକମାନେ ଆଧାର ସଂଯୁକ୍ତ ପ୍ରମାଣ ପତ୍ର ପାଇବା ପାଇଁ ଏହି ବାଲ ଆଧାର କେନ୍ଦ୍ରରେ ସଂପର୍କ କରିବେ ।ତେବେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

You may have missed