May 10, 2026

ମୋହନା ରେ ଏଚ ଡି ଏଫ୍ ସି ବ୍ୟାଙ୍କ ଉଦ୍ଘାଟିତ ..

IMG-20250326-WA0067
Share

ଗଜପତି ଜିଲ୍ଲା ମୋହନା ବ୍ଲକ ର ସଦର ମହକୁମା ମୋହନା ଠାରେ ଆଜି ଏଚ୍ ଡି ଏଫ୍ ସି ର ନୂତନ ଶାଖା କୁ ଗଜପତି ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଉଦଘାଟନ ସମାରୋହ ରେ ମୋହନା ତହସିଲଦାର ଚକ୍ରଧର ପାଢ଼ୀ, ମୋହନା ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ, ଜିରାଙ୍ଗ ସ୍ଥିତ ବୁଧିଷ୍ଟ୍ ଧର୍ମଗୁରୁ ଖେମ୍ପୋ ପେମା ଙ୍କ ସହ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ.ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଶାଖା କୁ ଆରମ୍ଭ କରିଥିଲେ। ଏହି ଶାଖାରେ ଅଧିକାରୀ ଭାବରେ ଅର୍ଜୁନାନନ୍ଦ ବାଗ୍, ରିତେଶ ନନ୍ଦ ଙ୍କ ସହ ସ୍ଥାନୀୟ ଶାଖା ପରିଚାଳକ ଜୟନ୍ତ କୁମାର ସାହୁ ପ୍ରମୁଖ ନିଜ କର୍ମଚାରୀଙ୍କ ସହିତ ରହି ଶାଖା ଟିକୁ ଉଦଘାଟନ କରିଥିଲେ। ଉଦଘାଟନ ସମାରୋହ ରେ ସ୍ଥାନୀୟ ଅଞ୍ଚଳର ବହୁ ଗ୍ରାହକ ଉପସ୍ଥିତ ରହି ନୂତନ ବ୍ୟାଙ୍କ ଦୁର୍ଗମ ଅଞ୍ଚଳରେ ଖୋଲିବା ପରେ ଏହାର ସୁବିଧା ସବୁ ସହଜରେ ଲୋକେ ପାଇବେ ବୋଲି ସାଧାରଣରେ ଚର୍ଚ୍ଚା ହୁଏ।