June 27, 2026

ପିପୁଲ୍ସ କଲେଜ ଅର୍ଥନୀତି ବିଭାଗର ଆଲୁମିନି ମିଟ୍ 

hggjug
Share

 

ବୁଗୁଡ଼ା: ତା ୨୬/୦୨/୨୩ : ସ୍ଥାନୀୟ ପିପୁଲ୍ସ କଲେଜ ପରିସରରେ ଅର୍ଥନୀତି ବିଭାଗ ପକ୍ଷରୁ ଆଲୁମିନି ମିଟ୍ କାର୍ଯ୍ୟକ୍ରମ ଅଧ୍ଯକ୍ଷ ରଜନୀ କାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅଧ୍ଯାପକ ପ୍ରଦୀପ କୁମାର ଦାଶ ଓ ଜୟରାମ ବିଷୋୟୀ ଯୋଗ ଦେଇଥିଲା ବେଳେ ପିପୁଲ୍ସ କଲେଜ ଅର୍ଥନୀତି ବିଭାଗର ୨୦୦୯ରୁ ୨୦୨୨ ପର୍ଯ୍ୟନ୍ତ ଉତ୍ତୀର୍ଣ୍ଣ ପ୍ରାକ୍ତନ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଦ୍ଵାରା ଅର୍ଥନୀତି ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅଜୟ କୁମାର ସାହୁ, ଅଧ୍ଯାପକ ଅନିଲ କୁମାର ସେଠୀ, ଅଧ୍ୟାପିକା ଭି.ସନ୍ତୋଷୀ ରାଜୁଙ୍କ ସମେତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ ପୂର୍ବକ ଆପ୍ଯାୟିତ କରାଯାଇଥିଲା । ଏ ଅବସରରେ ଅତିଥି ଓ ଅଧ୍ଯାପକମାନେ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲା ବେଳେ ପ୍ରାକ୍ତନ ଛାତ୍ର ଶ୍ରୀକାନ୍ତ ସାହୁ ଓ ଛାତ୍ରୀ ସୁକନ୍ୟା ଦାଶଙ୍କ ସମେତ ଅନ୍ୟମାନେ ସ୍ବ ସ୍ବ ବକ୍ତବ୍ୟରେ ଅଧ୍ଯୟନ କାଳର ଅଭୁଲା ସ୍ମୃତିକୁ ଉଜ୍ଜୀବିତ କରିବା ସହ ଉପସ୍ଥିତ ଅଧ୍ଯୟନରତ ବିଭାଗୀୟ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ । ପରିଶେଷରେ ଅଧ୍ଯାପକ ଅନିଲ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

You may have missed