April 26, 2026

 ହାଟଡିହି ତା ୨୬.୦୨.୨୦୨୩ ରିଖ ରବିବାର ଦିନ ଅପରାହ୍ନ ୪ଘଟିକା ସମୟରେ ସରସ୍ଵତୀ ଶିଶୁ ମନ୍ଦିର, କଙ୍ଗାଳି ବିହାର, ମତାବାଜରେ ବିଦ୍ୟାଳୟରେ ପଡୁଥିବା ଶିଶୁ ଭାଇ

hgjgju
Share

ହାଟଡିହି ତା ୨୬.୦୨.୨୦୨୩ ରିଖ ରବିବାର ଦିନ ଅପରାହ୍ନ ୪ଘଟିକା ସମୟରେ ସରସ୍ଵତୀ ଶିଶୁ ମନ୍ଦିର, କଙ୍ଗାଳି ବିହାର, ମତାବାଜରେ ବିଦ୍ୟାଳୟରେ ପଡୁଥିବା ଶିଶୁ ଭାଇ ଭୋଉଣୀ ମାନଙ୍କ ଅଭିଭାବକମାନଙ୍କର ଏକ ବୈଠକ ବିଦ୍ୟାଳୟର ବୌଦ୍ଧିକ ମଣ୍ଡପଠାରେ ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ସେନାପତି ଦୀପ ପ୍ରଜ୍ଜ୍ୱଳନ କରି ସଭାରେ ସଭାପତିତ୍ଵ ଦାଇତ୍ୱ ଅର୍ପଣ କରିଥିଲେ। ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ଶ୍ରୀକାନ୍ତ ସେନାପତି , ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ ଓ ବିଦ୍ୟାଳୟର ପରିଚାଳନା କମିଟିର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ l ଏହି ସଭାରେ ଅନେକ ବିଦ୍ୱାନ ଜ୍ଞାନୀ ଗୁଣି ଅଭିଭାବକ ଓ ଆଭିଭାବିକା ଉପସ୍ତିତ ଥିଲେ l ବିଦ୍ୟାଳର ଉନ୍ନତି ନିମନ୍ତେ ବିଭିନ୍ନ ବିଷୟବସ୍ତୁ ଆଗତ ହୋଇ ଆଲୋଚନା କରାଯାଇଥିଲା l ସର୍ବସମ୍ମତି କ୍ରମେ ପ୍ରସ୍ତାନ ଗୁଡ଼ିକ ଗୃହୀତ ହୋଇଥିଲା l ସର୍ବଶେଷରେ ସଭାପତି ଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରାଯାଇଥିଲା ।
[କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ)