April 26, 2026
ajiro khabar
Share

 

 

୧-ଭୁବନେଶ୍ୱର: ନିଆଁ ପିଣ୍ଡୁଳାରେ ସିଝୁଛି ସାରା ଓଡ଼ିଶା। ଆହୁରି ୩ଦିନ ଅସମ୍ଭାଳ ତାତି ଓ ଝାଞ୍ଜି ମାଡ଼ ସମ୍ଭାବନା।

 

୨-ଭୁବନେଶ୍ୱର:ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି,ସକାଳ ୭ରୁ ମଧ୍ୟାହ୍ନ ୧୨ଟା ଯାଏଁ ପୁର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ହେବ ଅଭିଯୋଗ ଶୁଣାଣୀ।

 

୩-ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫୦ ହଜାରରୁ ଅଧିକ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଓ ୨୦୦ କୋଟି ଟଙ୍କାର ପ୍ରଥମ କିସ୍ତି ବଣ୍ଟନ।

 

୪-କଳାବଜାରୀରେ ଲାଗିବ ଲଗାମ; ପେଟ୍ରୋଲ ପମ୍ପକୁ କଡ଼ା ନିର୍ଦ୍ଦେଶ, ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ମନା।

 

୫-ଗ୍ରୀଷ୍ମ କାଳୀନ ଶିକ୍ଷାକାର୍ଯ୍ଯକ୍ରମରୁ ବାଦ୍ ପଡ଼ିବେ ଛାତ୍ର ଛାତ୍ରୀ , ରାଜ୍ୟର ୧୨୩୭ ଗାଁରେ ନାହିଁ ମୋବାଇଲ ନେଟୱାର୍କ।

 

୬-ପୁରୀ ଘଣ୍ଟୁଆଙ୍କ ଘଣ୍ଟ ନାଦ ଏବଂ ଭକ୍ତଙ୍କ ହରିବୋଲ ଓ ହୁଳହୁଳିରେ ଧ୍ୱନିରେ କମ୍ପୁଛି ନରେନ୍ଦ୍ର ପୁଷ୍କରଣୀ। ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦନ ଯାତ୍ରା ସପ୍ତମ ଦିନରେ ପହଞ୍ଚିଛି।

 

୭-ମୟୁରଭଞ୍ଜ:ସାଧୁ ବେଶରେ ଠକେଇ, ବିହାରୀ ଲୁଟେରା ଗ୍ୟାଙ୍ଗର ୫ ସଦସ୍ୟ ଗିରଫ।

 

୮-ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ, ଆନ୍ଧ୍ର ବିଏଡ୍ ସାର୍ଟିଫିକେଟ୍‌ ଦେବାକୁ ଲୁଟିନେଲେ ଲକ୍ଷାଧିକ ଟଙ୍କା।୩୦୦ରୁ ଅଧିକ ଆଶାୟୀ ଠକେଇର ଶିକାର।

 

୯-ରାଜ୍ୟରେ ଶ୍ରମିକଙ୍କୁ ଖରାରେ ନ ଖଟାଇବା ନିୟମର ଉଡୁଛି ଧଜ୍ଜିଆ; ୪୪ ଡିଗ୍ରୀ ତାତିରେ ବି ବେଧଡକ ଚାଲୁଛି କାମ।

 

୧୦-ଆରଡ଼ି:ଏସବିଆଇରେ କ୍ୟାସିୟରଙ୍କ ଆକ୍ରମଣ ଘଟଣା ; ସିସିଟିଭି ଭିଡ଼ିଓ ଆସିବା ପରେ ମ୍ୟାନେଜର ନିଲମ୍ବିତ।

 

୧୧-ମାଲକାନଗିରି:୩୨ଟି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ୪୭ ଜଣ ମାଓ କ୍ୟାଡର କଲେ ଆତ୍ମସମର୍ପଣ।

 

୧୨-ରାଜ୍ୟରେ କାୟା ମେଲାଇ ଚାଲିଛି ମ୍ୟାଲେରିଆ, ବର୍ଷକୁ ୬୦ ହଜାର ଟପିଲାଣି ରୋଗୀଙ୍କ ସଂଖ୍ୟା।

 

୧୩-ଖଣ୍ଡଗିରି, ଧର୍ମ ବିହାର:ଗାଡ଼ି ପାର୍କିଂକୁ ନେଇ ତୁମୁଳକାଣ୍ଡ, ଖଣ୍ଡା ଧରି ଆକ୍ରମଣ କଲେ ଦୁର୍ବୃତ୍ତ; ୩ ଆହତ।

 

୧୪-ପୁରୀ:ବିଶ୍ୱନିଅନ୍ତାଙ୍କ ରଥଯାତ୍ରା ପାଇଁ ଚାଲିଛି ରଥ ନିର୍ମାଣ, ନିର୍ଦ୍ଧାରିତ ତାରିଖରେ କାମ ସାରିବାକୁ ପ୍ରଶାସନର ଗୁରୁତ୍ୱ।

 

୧୫-ବ୍ରାହ୍ମଣ ଝରିଲୋ ଗାଁ ରେ ମିଳିତ ଚଢ଼ାଉ,୫୦୦ LPG ସିଲିଣ୍ଡର ଜବତ୍ , ଦୁଇ ଯୁବକ ଅଟକ,୩ଟି ଗାଡ଼ି ଜବତ।

 

୧୬-ବ୍ରହ୍ମପୁର:ସୁଧୀର ହତ୍ୟା ଉପରୁ ହଟିବ ରହସ୍ୟ, ଆଜିଠାରୁ ତିନି ଦିନିଆ ରିମାଣ୍ଡରେ ଯିବେ ୫ ଅଭିଯୁକ୍ତ।

 

୧୭-କେନ୍ଦୁଝର,ପାଟଣା:ପିକଅପ୍ ଚଢି ଦିବ୍ୟାଙ୍ଗଙ୍କ ମୃତ୍ୟୁ ; ଅଢେ଼ଇ ଘଣ୍ଟା ରାଜପଥ ଅବରୋଧ।

 

୧୮-ପଞ୍ଜାବ ପାଓ୍ବାର,୨୬୫ରନ୍ ବି ଟାର୍ଗେଟ ତୁଚ୍ଛ, ଦିଲ୍ଲୀକୁ ହରାଇଲା ପଞ୍ଜାବ।ଆଜି ଚିପକ୍ ରେ ଗୁଜୁରାଟ- ଚେନ୍ନାଇ ଭେଟ।

 

୧୯-ନୁଆ ଦିଲ୍ଲୀ:ଦକ୍ଷିଣ ଆଫ୍ରିକାର ବୋଲର ଏନଗିଡିଙ୍କ ମୁଣ୍ଡରେ ଆଘାତ,ଖେଳ ୧୫ ମିନିଟ୍ ବନ୍ଦ।

 

୨୦-ରାଜ୍ୟ ସଭାରେ ମ୍ୟାଜିକ ଅଙ୍କ ଟପିଲା NDA, ବିଜେପିର ସଦସ୍ୟ ସଂଖ୍ୟା ୧୧୩,NDAର ୧୨୮।

 

୨୧-ଚୀନର ବଡ଼ ତୈଳ ରିଫାଇନାରୀ ଏବଂ ୪୦ଟି ଜାହାଜ ଉପରେ ବ୍ୟାନ୍ ଲଗାଇଲା ଆମେରିକା।

 

୨୨-ବନ୍ଦ ହେବ କି ଇରାନ-ଆମେରିକା ଯୁଦ୍ଧ… ଇସଲାମାବାଦରେ ଆମେରିକା-ଇରାନ ଫେଜ୍-ଟୁ ଆଲୋଚନା ଜାରି।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏