April 27, 2026

ଉମରକୋଟ ର ୮ ହଜ ତୀର୍ଥ ଯାତ୍ରୀ ଙ୍କ ମକା ମଦିନା ଗସ୍ତ, ଭବ୍ୟ ସମ୍ବର୍ଦ୍ଧନା…..

IMG-20260426-WA0012
Share

 

ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ସହରର ୮ ଜଣ ତୀର୍ଥ ଯାତ୍ରୀଙ୍କ ଆଜି ମୁସଲମାନ ଙ୍କ ପବିତ୍ର ତୀର୍ଥ ସ୍ଥାନ ସାଉଦି ଆରବର ମକା ମଦିନା ଗସ୍ତ କରି ଛନ୍ତି। ଏହି ତୀର୍ଥ ଯାତ୍ରୀ ମାନେ ହେଲେ ସଲିଁମ ରାଠୋର, ଜ।ହ।ମ।ର। ରାଠୋର୍,ଅଲ୍ଲୀ ଲାଠିଆ, ତ।ବସୁମ ଲାଠିଆ,ମୌଲାନା ସ।ଇଦ,ସରବରି ସ।ଇଦ, ଏଜାଜ ଖାନ ଓ ତାଙ୍କ ମା ଙ୍କୁ ଆଜି ଉମରକୋଟ ଠାରେ ମୁସଲମାନ ସମ୍ପ୍ରଦାୟର ଶତାଧିକ ବ୍ୟକ୍ତି ମାନଙ୍କ ପକ୍ଷରୁ ମସଜିଦ ଠାରେ ଭବ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ତୀର୍ଥ ଯାତ୍ରୀଙ୍କୁ ମସଜିଦ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ ମଧ୍ୟ ନିଆଯାଇଥିଲା। ଏହି ତୀର୍ଥ ଯାତ୍ରୀ ମାନେ ଆଜି ସାନ୍ଧ୍ୟ।ରେ ମୁମ୍ବାଇରେ ପହଞ୍ଚିବେ ଓ ସେଠାରେ ୨ ଦିନ ତାଲିମ ନେବା ପରେ ୨୯ ତାରିଖ ଦିନ ସାଉଦି ଆରବ ଅଭିମୁଖେ ଯାତ୍ରା କରିବେ। ପୁଣି ଜୁନ୍ ୧୪ ରେ ସେଠାରୁ ବାହାରି ଉମରକୋଟ ରେ ପହଞ୍ଚିବେ।