October 26, 2026

ଗଜପତି:- ପାରଳା’ର ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ କଣ୍ଠଶିଳ୍ପୀ ବି: କୋମଳାଙ୍ଗୀ’ଙ୍କୁ ସ୍ୱାଗତିକା ସମ୍ମାନ ..

IMG-20261025-WA0082
Share

   ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଶିଷ୍ଟ ସାହିତ୍ୟିକ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ କଣ୍ଠଶିଳ୍ପୀ ଶ୍ରୀମତୀ ବି: କୋମଳାଙ୍ଗି’ଙ୍କୁ କଟକ ଠାରେ ତାଙ୍କର କୃତିତ୍ୱ ପାଇଁ ସ୍ୱାଗତିକା ସମ୍ମାନରେ ସମ୍ମାନିତ କରାଯାଇଛି ।

   କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭବନରେ ସ୍ୱାଗତିକା ସାରସ୍ୱତ ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ସାହିତ୍ୟିକ, ସମାଜସେବୀ ଓ ସାରସ୍ୱତ ସଂଗଠକ ବରଦା ପ୍ରସନ୍ନ ପଟ୍ଟନାୟକ’ଙ୍କ ପ୍ରଥମ ବାର୍ଷିକ ସ୍ମୃତି ସମାରୋହ କାର୍ଯ୍ୟକ୍ରମ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଥିବା ଅବସରରେ ଏହି ସ୍ୱାଗତିକା ସମ୍ମାନ ପ୍ରଦାନ କରା ଯାଇଥିଲା ।

  କବି ଚକ୍ରଧର ଦାସ’ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହ କାର୍ଯ୍ୟକ୍ରମରେ ଓଡ଼ିଶାର ଅନେକ ବହୁଭାଷୀ ସାହିତ୍ୟିକ ଯୋଗ ଦେଇ ଭାଷା ଓ ସାହିତ୍ୟ ସମ୍ପର୍କିତ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ।

  ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ପାରଳା’ର ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ବିଶିଷ୍ଟ ଅନୁବାଦ ସାହିତ୍ୟିକା ତଥା ଆକାଶବାଣୀ କଣ୍ଠଶିଳ୍ପୀ ଶ୍ରୀମତୀ ବି: କୋମଳାଙ୍ଗି, କବି ସୁଲୋଚନା ଦାସ ଓ ଅମରେଶ ପଟନାୟକ ପ୍ରଭୃତି ୯ ଜଣଙ୍କୁ ସ୍ୱାଗତିକା ସମ୍ମାନ ଫଳକ ଓ ଉପଢୌକନ ପ୍ରଦାନ କରିଥିଲେ । ବିଶିଷ୍ଟ ସାହିତ୍ୟିକ ତଥା ରାଜସ୍ୱ କମିଶନର ଶ୍ରୀ ସଂଗ୍ରାମ ମହାପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱର୍ଗତ ବରଦା ପ୍ରସନ୍ନ ପଟ୍ଟନାୟକ’ଙ୍କ ସ୍ମୃତିଚାରଣ କରି ଯୁବପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ କରିଥିଲେ ।

      ପରେ ପରେ କଣ୍ଠଶିଳ୍ପୀ ଶ୍ରୀମତୀ ବି: କୋମଳାଙ୍ଗି କବି ଗୋପାଳକୃଷ୍ଣ’ଙ୍କ ରଚନାରୁ ଓଡ଼ିଶୀ ସଙ୍ଗୀତ ପରିବେଷଣ କରିଥିଲେ ।

—————————————–

   ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

———————————————

You may have missed