ପରିବେଶବିତ୍ ମନୋଜ ମହାରଣା ଙ୍କ ହୃଦଘାତ ରେ ପରଲୋକ ।
ନିଜର ବାଡିବଗିଚା ଓ ରାସ୍ତାକଡ଼ରେ ବିଭିନ୍ନ ପ୍ରକାରର ଫୁଲ ଫଳ ଗଛ ଲଗାଇ, ତାର ରକ୍ଷଣା ବେକ୍ଷଣ ପାଇଁ ନିରନ୍ତର କାର୍ଯ୍ୟକରି ଆସୁଥିବା ତିର୍ତ୍ତୋଲ ବ୍ଲକ, ମୁଳିସିଂହ ପଞ୍ଚାୟତ ର ମୁଳିସିଂହ ସହର ଗ୍ରାମର ବନ ମହାରଣା ଙ୍କ ପୁତ୍ର ମନୋଜ କୁମାର ମହାରଣା ଡାକନାମ ମନୁଆ (୫୦) ଙ୍କର ଗତ ଶନିବାର ଅପରାହ୍ନ ତିନିଟା ବେଳେ ହୃଦଘାତ ରେ ପରଲୋକ ହୋଇଯାଇଛି । ତଥାପି ସନ୍ଦେହରେ ତାଙ୍କ ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜଗତସିଂହପୁର ସଦର ମେଡିକାଲ କୁ ନେବାପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଜଣେ ମିଷ୍ଟଭାଷୀ ପରୋପକାରୀ ଓ ନିହାତି ଗରିବଲୋକ ହୋଇଥିବା ବେଳେ,ସେ ପରିବାର ର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ଘରେ ତାଙ୍କର ବିଧବା ପତ୍ନୀ ମିନତୀ, ବଡଝିଅ ନିହାରିକା ଓ ସାନଝିଅ ସାଗରିକା, ତିର୍ତ୍ତୋଲ ଆଦିକବି ସାରଳା ଦାସ ମହାବିଦ୍ୟାଳୟ ରେ ବି. ଏ. ପାସ କରି ଅବିବାହିତ ଭାବରେ ରହିଅଛନ୍ତି । ମୃତ ମନୁଆ ଙ୍କ ଶବ କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପାଇଁ, ମୂଳିସିଂହ ସରପଞ୍ଚ ସଫି ଆଜାମ ଓ ସମିତି ସଭ୍ୟ ରଞ୍ଜନ କୁମାର ସାହୁ ଙ୍କ ସମେତ ଗ୍ରାମବାସୀ ମାନେ ଜଗତସିଂହପୁର ଯାଇଛନ୍ତି । ତେବେ ମୃତ ମନୋଜ କୁମାର ମହାରଣା ଙ୍କ ବିପନ୍ନ ପରିବାରକୁ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଗ୍ରାମବାସୀମାନେ ନିବେଦନ କରିଅଛନ୍ତି ।ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
