April 26, 2026

ଅତାବିରା ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫..

IMG-20251025-WA0019
Share

 

 

ଅଦ୍ୟ ତା ୨୫-୧୦-୨୦୨୫ ରିଖ ଅତାବିରା ବ୍ଳକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଟୋପ ରେ ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଙ୍କ ସଭାପତିତ୍ବରେ ଅତାବିରା ବ୍ଳକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ , ମୁଖ୍ୟ ବକ୍ତା ରୂପେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ,ସମ୍ବଲପୁରର ଓଡ଼ିଆ ଅଧ୍ୟାପକ ଡକ୍ଟର ଶ୍ୟାମ ଭୋଇ ,ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତାବିରା କାର୍ତ୍ତିକ ବାଗ, ଟୋପ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଡୁଲେଶ୍ୱର ବୁଡ଼ା ସମିତି ସଭ୍ୟ ଓକିଲ ଭାତ ପାହାର , ସ୍ଥାନୀୟ ବିଦ୍ୟାଳୟର ପରିଚାଳନା କମିଟି ର ଚେୟାରମେନ ଭକ୍ତ ଭୁଏ, ପ୍ରଧାନ ଶିକ୍ଷକ ଦେବରାଜ ବେହେରା ମଞ୍ଚାସିନ ଥିଲେ । ସି.ଆର.ସି.ସି. କେଶବ ଛନ୍ଦ ଏବଂ ରଶ୍ମିରାଣୀ ନନ୍ଦ ମଞ୍ଚ ପରିଚାଳନା କରିଥିଲେ । ଅତିଥି ବୃନ୍ଦ ପିଲାମାନଙ୍କ ଲୁକ୍କାୟିତ ପ୍ରତିଭା କୁ ଆବିଷ୍କାର କରିବା ପାଇଁ ସମସ୍ତଙ୍କ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ମତବକ୍ତ୍ୟ କରିଥିଲେ । ଏହି ପରିପ୍ରେକ୍ଷୀରେ କୁଇଜ୍,ବିତର୍କ, ବତ୍କୃତା,ପ୍ରବନ୍ଧ ଲିଖନ,ଚିତ୍ରାଙ୍କନ, ସୃଜନଶୀଳ ଲିଖନ,ଓଡ଼ିଆ ହସ୍ତାକ୍ଷର ଓ ଶୃତଲିଖନ, ମଧ୍ୟାହ୍ନ ଭୋଜନ ଶିଳ୍ପକଳା,ଚିତ୍ରକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ରିତେଶ୍ୱରି ଦୀପ,ବିଷ୍ଣୁପ୍ରିୟା ମିଶ୍ର, ସ୍ଵାତୀ ପ୍ରଧାନ,ଅନ୍ନପୂର୍ଣ୍ଣା କଠାର, ଇପସାରାନି କ୍ଷେତି, ଅର୍ଚ୍ଚିତା ମୁଦୁଲି, ସୁରଜ୍ ମେହେର,ସ୍ୱାଗତିକା ବାରିକ, ପ୍ରଗତି ପ୍ରଧାନ, ଆଦିତି ସିଂହ , ସିବା ପ୍ରଧାନ,ମୌସୁମୀ ପର୍ଡିଆ, ସାୟଲ ମହାପାତ୍ର, ହିମାଂଶୀ ତାଣ୍ଡି,ଅର୍ପିତା ସାହୁ,ରୋଳି ପ୍ରଧାନ, ସମୃଦ୍ଧି ଗର୍ତିଆ,ତୃପ୍ତିମୟୀ ପଣ୍ଡା, ଅନନ୍ୟା ପ୍ରଧାନ, ସତ୍ୟ ମେହେର,ସମୁଆଲ ସାଗର,ସୁନିତା ସାହୁ,ଆକାଂକ୍ଷା ସେଠ୍, ଜସ୍ମିନ ଭୋଷାଗର ଆଦି ପ୍ରତିଯୋଗୀ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବାକୁ ମନୋନୀତ ହୋଇଥିଲେ । ପ୍ରତିଯୋଗିତା ଗୁଡ଼ିକୁ ପରିଚାଳନା କରିଥିଲେ ସି.ଆର.ସି.ସି. କୃତାର୍ଥ ଚନ୍ଦ୍ର ଭୁଏ, ନନ୍ଦିଘୋଷ ଭୁଏ , ରାଜୀବ ବିଶ୍ଵାଳ,ଧରମ ନାଏକ,ସୁଦାମ ଭୁଏ, ନୃପ ଭୋଇ,ଆଶିଷ ନାଥ, ସିତାପତି ପ୍ରଧାନ, ତ୍ରିଲୋଚନ ସେଠ୍,ବଳରାମ ମେହେର ଏବଂ ରଞ୍ଜନ ବାଗ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ,ବରଗଡ଼ ଜ୍ୟୋତିକାନ୍ତ ସାହୁ, ସ୍ଵତନ୍ତ୍ର ଅତିଥି ରୂପେ ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ବରଗଡ଼ ମିତ୍ରଭାନୁ କଚ୍ଛପ ଓ ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ ବରଗଡ଼ ର ଅଧ୍ୟକ୍ଷ ରଜନୀକାନ୍ତ ଦାଶ ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବରଗଡ଼ ବିନୟ କୁମାର ସଏ, ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ବନମାଳୀ ବରିହା । ଅତିଥି ବୃନ୍ଦ କୃତି ପ୍ରତିଯୋଗୀ ଙ୍କୁ ମାନପତ୍ର ଓ ଟ୍ରଫି ଦେଇ ଅନୁପ୍ରେରିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ସୁଦୀପ ରଥ,ଗୋପବନ୍ଧୁ ମେହେର,ରବି ଗୁପ୍ତା, ଯତୀନ୍ଦ୍ର ମେହେର, ଲଳିତ କୁମାର ଭୋଇ,ସୁରେନ୍ଦ୍ର ମଲ୍ଲିକ, ମୋତିଲାଲ୍ ଦେବତା,ଯାଦବ ପ୍ରଧାନ,ରଶ୍ମିରଞ୍ଜନ ସାହୁ, ଗୋକୁଳାନନ୍ଦ ମଲ୍ଲିକ , ଶିକ୍ଷୟିତ୍ରୀ ସୁଶାନ୍ତି ମଲ୍ଲିକ,ଝରଣା ସେଠ୍,ଉଷାରାଣୀ ସାମନ୍ତ ,ଅନୁସୟା ଦେବତା ,ଟୋପ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ତଥା କମିଟି ର ସଦସ୍ୟ ସଦସ୍ୟା ଏବଂ ସମସ୍ତ ଗ୍ରାମବାସୀ ।ରିପୋର୍ଟ ସୁରେନ୍ଦ୍ର କଠାର ,ବରଗଡ