ରାସ୍ତା ତିଆରି ଓ ନିୟମିତ ମରାମତି ବି କରୁଛନ୍ତି ଗ୍ରାମବାସୀ

ତା୨୫/୧୦ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ଉପାନ୍ତ କେରମେଟି ପଞ୍ଚାୟତ ତୁମ୍ବାପଦର ଗୌଡ଼ ସାହି ଲୋକେ ନିଜେ ତିଆରି କରିଛନ୍ତି ରାସ୍ତା, ମରାମତି ବି ନିଜେ କରି ଆସୁଛନ୍ତି l ଆଜି ଥିଲା ଏହି ବର୍ଷର ରାସ୍ତା ମରାମତି କାମ I ଗାଁ ୩୫ ରୁ ଅଧିକ ଯୁବକ ଏକତ୍ର ହୋଇ ମରାମତି କରିଛନ୍ତି l ଏଥିରେ ସାମିଲ ହୋଇଥିଲେ ଜବା ପଦର ଓ ତୁମ୍ବା ପଦର ବଡ଼ ସାହିର କିଛି ଯୁବକ l ପାହାଡ଼ି ରାସ୍ତା ବର୍ଷା ଦିନେ ଜଙ୍ଗଲର ପାଣି ବୋହି ରାସ୍ତା ମଝିରେ ନାଳ ଓ ୩,୪ ଫୁଟ ଗଭୀରର ଗାତ ସୃଷ୍ଠି ହୋଇଥିଲା l ଜବାପଦର ଠାରୁ ତୁମ୍ବାପଦର ମୁଖ୍ୟ ରାସ୍ତା ଠାରୁ ଗୌଡ଼ ସାହିକୁ ପ୍ରାୟ ଏକ କି ମି ଦୂରତା ରହିଛି l ଏହି ଏକ କି.ମି ରାସ୍ତା ମଧ୍ୟରୁ ମୂଖ୍ୟତଃ ମାଉଳୀ ଯୋଡ଼ି ଓ ବାଡନି ନାଳ ନିକଟରେ ପ୍ରାୟ ତିନି ଶହ ମିଟର ରାସ୍ତା ଶୋଚନୀୟ ହୋଇ ପଡ଼ିଥିଲା l ସେଠାରେ ପଥର ଓ ମାଟି ଭର୍ତ୍ତି କରି ସମତୁଲ କରିଛନ୍ତି l ଆଜି ସକାଳ ୭ ଟାରୁ ଆରମ୍ଭ ହୋଇଥିଲା କାମ l ଦିନ ୨ ଟା ପର୍ଯ୍ୟନ୍ତ କାମ କରିବେ l ସେ ଭିତରେ ଆଉ କେହି ଘରକୁ ଯିବେ ନାହିଁ l ସମସ୍ତେ ଘରୁ ନେଇ ଆସିଥିଲେ ମାଣ୍ଡିଆ ପେଜ l ଏଠାରେ ଆଦିବାସୀ (କନ୍ଧ) ସମ୍ପ୍ରଦାୟର ଲୋକ ବସବାସ କରନ୍ତି l ଏହି ଗାଁ ସ୍ଥାପନ ହେବାର ୬୦ ବର୍ଷରୁ ଅଧିକ ହେଲାଣି l ପୂର୍ବରୁ ଏହା ପାଦ ଚଲା ରାସ୍ତା ଥିଲା l ସେ ସମୟରେ ଚଳି ଯାଉଥିଲା l ଏବେ ସାଇକେଲ, ମୋଟରସାଇକଲ୍ ସାଙ୍ଗକୁ ବିଭିନ୍ନ କାର୍ଯ୍ୟରେ ଟ୍ରାକଟର ବ୍ୟବହାର କରୁଛନ୍ତି ଲୋକେ l ଏହି ଗାଁ ନିକଟରେ ରହିଛି ତୁମ୍ୱାପଦର ବଡ଼ ସାହି ଓ ଜବାପଦର ଗାଁର ଚାଷ ଜମି l କୃଷି ଜାତ ଦ୍ରବ୍ୟ ଓ ଧାନ,ମକା ଆଦି ଅମଳ କଳ ଆଦି ନେବା ଆଣିବାକୁ କରିବାକୁ ଟ୍ରାକଟର ବ୍ୟବହାର ଆଜି ଦିନରେ ସାଧାରଣ ହୋଇ ପଡ଼ିଲାଣି l କେତେବେଳ ଜରୁରୀ ସ୍ୱାସ୍ଥ୍ୟ ସେବା କିମ୍ବା ଗର୍ଭବତୀ,ପ୍ରସୂତୀ ମହିଳାଙ୍କୁ ମେଡିକାଲ୍ ନେବାକୁ ହେଲେ ଗାଁ ଠାରୁ ୧ କି.ମି ଦୂର ମୁଖ୍ୟ ରାସ୍ତାକୁ ରୋଗୀଙ୍କୁ ଆଣିଲେ ସେଠାରୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ୍ କୁ ନିଅନ୍ତି I ଗାଁ ଲୋକଙ୍କ ଦ୍ୱାରା ରାସ୍ତା ନିର୍ମାଣ ହୋଇଥିଲେ ବି ଆଜି ସୁଦ୍ଧା ଗାଁରେ ପହଞ୍ଚି ପାରିନି ସରକାରୀ ଆମ୍ବୁଲାନ୍ସ ସେବା l ଏ ସବୁ ପାଇଁ ରାସ୍ତାନ ହେଲେ ନଚଳେ ତେଣୁ ଗାଁ ରାସ୍ତା ନିର୍ମାଣ କରିଛନ୍ତି ଗାଁ ଲୋକେ l ସୂଚନା ଥାଉକି ଏ ଭିତରେ ବହୁବାର ଲିଖିତ ଓ ମୌଖିକ ଅଭିଯୋଗ କରିଛନ୍ତି l ୱାର୍ଡ଼ ମେମ୍ବର,ନାଏବ ସରପଞ୍ଚ,ସରପଞ୍ଚ ଠାରୁ ଗ୍ରାମସଭା,ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାଣୀ ଓ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ସବୁଠି ଲିଖିତ ଅଭିଯୋଗ ହୋଇଛି କିନ୍ତୁ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେଲା ନାହିଁ ପଞ୍ଚାୟତ,ବ୍ଲକ କି ଜିଲ୍ଲା ପ୍ରଶାସନ l ତେଣୁ ସେହି ପାଦଚଲା ରାସ୍ତାକୁ ରାସ୍ତା ନିର୍ମାଣ ପାଇଁ ଆଜକୁ ୯ ବର୍ଷ ତଳେ ଗତ ୨୦୧୭ ରେ ଗାଁରେ ଏକ ବୈଠକ ବସିଥିଲା l ସେଠାରେ ଗାଁ ଠାରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ପାଦଚଲା ରାସ୍ତାକୁ ରାସ୍ତା ନିର୍ମାଣ ପାଇଁ ସ୍ଥିର ହୋଇଥିଲା l ଘର ପିଛା ପଇସା ଆଦାୟ କରି ଏହି ଦୁଇଟି ନାଳ ନିକଟରେ ଜେ ସି ବି ଦ୍ଵାରା କାମ କରିଥିଲେ l ପ୍ରାୟ ୧୦,୧୨ ଦିନ ଧରି ୩୦ ରୁ ୩୫ ଲୋକ କାମ କରିଥିଲେ l ସେବେଠାରୁ ପ୍ରତିବର୍ଷ ବର୍ଷା ରୁତୁ ସରିବା ପରେ ପରେ ଦୁଇ ତିନି ଦିନ ଗାଁ ଲୋକ ବାହାରି ରାସ୍ତା ମରାମତି କରି ଆସୁଛନ୍ତି l ଆଜି ବି ଦିନ ସାରା କାମ କରିଥିଲେ ସରିନାହିଁ କାମ ଆସନ୍ତା କାଲି ବି କାମ କରିବେ ବୋଲି କହିଛନ୍ତି ଗ୍ରାମବାସୀ ସନସାଇ ସାନ୍ତା,ଦାସ ସାନ୍ତା,ରବିନ୍ଦ୍ର ସାନ୍ତା, ଧବଲୁ ସାନ୍ତା,ସୁରେନ୍ଦ୍ର ସାନ୍ତା,ଦୁର୍ଯ୍ୟ ସାନ୍ତା ଏବଂ ଭାଲୁ ସାନ୍ତା ପ୍ରମୁଖ l ରାସ୍ତା ମରାମତି ଓ ଦୁଇଟି ନାଳରେ କଲଭର୍ଟ ନିର୍ମାଣ ପାଇଁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି l
କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ ନ୍ୟୁଜ୍ ଉପାନ୍ତ ଓଡ଼ିଶା l
