April 29, 2026

କେସିଂପୁର ବିଡ଼ିଓ ଙ୍କ ସହିତ ବିଜେପି ପ୍ରତିନଧି ନଲ ଆଲୋଚନା 

IMG-20240825-WA0045
Share

 

ରାୟଗଡା :ଆଜି ବିଷମ କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଂପୁର ବ୍ଲକ୍ ଶିକରପାଈ ପଞ୍ଚାୟତର ବିଭିନ୍ନ ସମସ୍ୟା, ଶିକର ପାଈ ଗ୍ରାମ ରେ ପାନୀୟ ଜଳ ର ସମସ୍ୟା ସକାଶେ କେସିଂପୁର ବ୍ଲକ୍ ବିଡ଼ିଓ ଙ୍କ ସହ ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର୍ , ମଣ୍ଡଳ ସଭାପତି, ଜଗନ୍ନାଥ୍ ଗାମ୍ବେଲି, ରାମାରାଓ କାଡ୍ରାକା ଏବଂ ପୁରୁଷତ୍ତମ୍ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଏହି ଅବସରରେ ଆଲୋଚନା ସମୟ ରେ ଲୋକ ମାନଙ୍କ ହିତକୁ ଦୃଷ୍ଟିରେ ରଖି ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ଏବଂ ଖୁବ୍ ଶୀଘ୍ର ସମସ୍ୟା ର ସମାଧାନ କରାଯିବ ବୋଲି ବିଡ଼ିଓ ମହୋଦୟା ପ୍ରତିନିଧି ମଣ୍ଡଳୀ ଙ୍କୁ ଆଶ୍ୱାସନା ଦେଇଥିବା ର ଜଣାପଡିଛି l ଯଥାଶୀଘ୍ର ଅଞ୍ଚଳବାସୀ ଙ୍କ ସମସ୍ୟାର ସ୍ଥାୟୀ ସମାଧାନ ହେବ ବୋଲି ଜନସାଧାରଣ ଆଶା ରଖିଛନ୍ତି l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed