April 29, 2026

ଧର୍ମଗଡ଼ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ..

IMG-20240825-WA0020
Share

 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକର ରୟାଲ ପ୍ୟାଲେସ ଠାରେ ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି l ସଭାରେ ଆବାହକ ତଥା ବରିଷ୍ଠ ଆଇନଜୀବୀ ତୁଷାର ରଞ୍ଜନ ପାଟଯୋଶୀ, କେନ୍ଦ୍ରୀୟ ମଣ୍ଡଳ ସଦସ୍ୟ ଧନଞ୍ଜୟ ପlତ୍ର, ଧର୍ମଗଡ ଏନ ଏ ସି ଅଧ୍ୟକ୍ଷ ଅଶୋକ ମହାନ୍ତି, ଜଗନ୍ନାଥ ସେବା କମିଟି ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ଧର୍ମଗଡ଼ ଦଳୀୟ ପ୍ରଭାରୀ ଲଷ୍ମୀକାନ୍ତ ବାଗ, ପ୍ରମୁଖ ଉପସ୍ଥିତ ରହିଥିଲେ lଉକ୍ତ ସଭାରେ ଧର୍ମଗଡ଼ କୁ ବିକଶିତ କେନ୍ଦ୍ର ଓ ଜୁନାଗଡ଼ ଠାରୁ ନବରଙ୍ଗପୁର ରେଳ ସଂଯୋଗ ରେ ଧର୍ମଗଡ଼ ଭୂମିକା ସମ୍ବନ୍ଧରେ ମୁଖ୍ୟ ଆଲୋଚନା କରାଯାଇଥିଲା l ସୂଚନା ଅନୁଯାଇ ଜୁନାଗଡ଼ ଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ରେଳ ସମ୍ପ୍ରସାରଣ ବିଷୟରେ କେନ୍ଦ୍ରସରକାର ଅବଗତ କରାଇଛନ୍ତି ହେଲେ ଏଥିରୁ ପ୍ରମୁଖ ଧର୍ମଗଡ଼ ସହର ବାଦ ପଡୁଛି ଏଣୁ ସଦା ସର୍ବଦା ଏଠାରେ ଦାବୀ ଦେଖାଯାଉଛି lଯଦି ଉକ୍ତ ସଂଯୋଗୀ କରଣ ଧର୍ମଗଡ଼ ବାଟ ଦେଇ ଯିବ ତାହେଲେ ଅଂଚଳ ବାସୀ ଅଧିକ ଉପକୃତ ହୋଇପାରିବେ ବୋଲି ସାଂସଦ କୁ ଜଣାଇଛନ୍ତି lଏହି ଆବେଦନ କୁ ସ୍ୱୀକାର କରି ଶ୍ରୀଯୁକ୍ତ ମାଝୀ କିରିଆ କରି ଖୁବ ଶୀଘ୍ର 7କିଲୋମିଟର ମଧ୍ୟ ଦେଇ ଏହି ରେଳ ସେବା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି lଯାହାଫଳରେ ବୁଦ୍ଧିଜୀବୀ, ବଣିକ ସଙ୍ଘ, ବାର ସଙ୍ଘ, ଶିକ୍ଷକ ସଙ୍ଘ ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଛି l

( ଚନ୍ଦ୍ର ଶେଖର ପାଳ)