April 19, 2025

ଗୁଣୁପୁର ସହରରେ ମାତିଛନ୍ତି ବାଇକ ଲୁଟେରା ବାଇକ ଚୋରି ଦୃଶ୍ୟ ସିସିଟିଭି ରେ କଏଦ |

Share

ଗୁଣୁପୁର ସହରରେ ମାତିଛନ୍ତି ବାଇକ ଲୁଟେରା ବାଇକ ଚୋରି ଦୃଶ୍ୟ ସିସିଟିଭି ରେ କଏଦ |

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଦିନକୁ ଦିନ ରାୟଗଡା ଜିଲ୍ଲା ଗୁଣୁପୁର ସହରରେ ଆଇନ ଶୃଙ୍ଖଳା ବିଗିଡିବାରେ ଲାଗିଛି । ଚୋରି,ଡାକାୟିତି,ଲୁଟେରା,ମଦ୍ୟପ ଙ୍କ ଉପଦ୍ରବ ପ୍ରଭୃତି ବୃଦ୍ଧି ପାଇଛି । ସହରରେ ଯାନବାହନ ରଖି ଲୋକେ ବିଭିନ୍ନ କାମଧନ୍ଦା ରେ ଯାଉଥିବା ବେଳେ ଫେରିବା ବେଳକୁ ଗାଡି ଉଭାନ ହେଇଯାଉଛି । ଗତକାଲି ଲିମାମେଡା ଗ୍ରାମର ସୁଶାନ୍ତ ଗୌଡ଼ ନିଜ ଏଚ ଏଫ ଡିଲକ୍ସ ଓଡ଼ି ୧୮ ଇ ୧୪୩୨ ନମ୍ବର ବିଶିଷ୍ଟ ବାଇକ ହଳଦିଆ ନାଳ ନିକଟସ୍ଥ ଏକ ସୋରୁମ ନିକଟରେ ରଖି ନିଜ କର୍ମକ୍ଷେତ୍ର କୁ ଯାଇଥିଲେ । ଅପରାହ୍ନ ୪ଟା ବେଳେ ଦେଖିଲା ବେଳକୁ ସେଠାରେ ବାଇକ ନ ଥିବା ଜଣାପଡିଥିଲା । ଆଖପାଖ ରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା । ପରେ ଏକ ସିସିଟିଭି ଫୁଟେଜ ରୁ ଦୁଇଜଣ ଦୁର୍ବୃତ୍ତ ଚୋରି କରି ନେଉଥିବା ଜଣାପଡିଛି । ଏନେଇ ସୁଶାନ୍ତ ଗୌଡ଼ ଗୁଣୁପୁର ଥାନାରେ ଅଭିଯୋଗ ଦାଖଲ କରିଛନ୍ତି । ସିସିଟିଭି ଫୁଟେଜ ଆଧାରରେ ପୁଲିସ ତଦନ୍ତ କରୁଥିବା ସୂଚନା ମିଳିଛି । ତେବେ ଦୁର୍ବୃତ୍ତ ମାନେ ମୁହଁରେ କପଡା ଢାଙ୍କିବା ସହ ଛତା ଧରିଥିବାରୁ ଚିହ୍ନିବା ରେ ସମସ୍ୟା ସୃଷ୍ଟି ହୋଇଛି । ତେବେ ସୁଶାନ୍ତ ଜଣେ ନିହାତି ଗରୀବ ବ୍ୟକ୍ତି ବିଶେଷ ହୋଇ ଥିବାରୁ ପୁଲିସ ଘଟଣାର ତ୍ୱରିତ ଅନୁସନ୍ଧାନ କରି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।