April 26, 2026

ଖଡିପଦା ମେଳଣ ରେ କଳାହାଣ୍ଡି ର କାଳବେରିଆ ଓ ଡୁମ୍ପା ନୃତ୍ୟ ସହିତ ନାଟକ କଟିକଟି ଡବଲ କଟି ହଜାର ହଜାର ଦର୍ଶକ ଏବଂ ଶ୍ରଦ୍ଧାଳୁଙ୍କ ମନ ଜିଣିଥିଲା

IMG-20260311-WA0010
Share

 

ଗତକାଲି ସନ୍ଧ୍ୟାରେ ପୁରୀଜିଲ୍ଲା ପୁରୀ ସଦର ସମଙ୍ଗ ଗ୍ରାମପଞ୍ଚାୟତ ର ଖଡ଼ିପଦା ଗ୍ରାମର ପଞ୍ଚୁ୍ଦୋଳ ମେଳଣ ମହାଡ଼ମ୍ବରରେ ପାଳନ କରାଯାଇଥିଲା l ସନ୍ଧ୍ୟାରେ ବାବା ନୀଳକଣ୍ଠେଶ୍ଵର ଙ୍କ ସହିତ ପାଞ୍ଚ ମହାଦେବ ଏବଂ ନୂତନ ଭାବେ ମେଳଣ ରେ ଅଂଶଗ୍ରହଣ କରିଥିବା ବାବା ଯୋଡାଲିଙ୍ଗଙ୍କୁ ବିରାଟ ଶୋଭାଯାତ୍ରା ରେ ଗାଁ ରୁ ମେଳଣପଡିଆକୁ ନିଆଯାଇଥିଲା l ଏହି ଶୋଭାଯାତ୍ରା ରେ ଘଣ୍ଟଘଣ୍ଟା ମୃଦଙ୍ଗର ତାଳେତାଳେ ଶ୍ରଦ୍ଧାଳୁମାନେ ମହାଦେବ ମାନଙ୍କୁ ନେଉଥିବାବେଳେ ଏହି ଶୋଭାଯାତ୍ରା ରେ ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ଆକୃଷ୍ଟ କରିଥିଲା କଳାହାଣ୍ଡି ରୁ ଆସିଥିବା ଲୋକନୃତ୍ୟ କାଳବେରିଆ ଓ ଡୁମ୍ପା ନୃତ୍ୟ l ଠାକୁରମାନେ ଦୋଳ ବେଦିରେ ପହଞ୍ଚିବା ପରେ ପାଞ୍ଚଦିନ ଧରି ଚାଲିଥିବା ନାଟକ ମହୋତ୍ସବ ର ପ୍ରଥମ ସନ୍ଧ୍ୟା ରେ ଖଡିପଦା ଯୁବକ ମାନଙ୍କ ଦ୍ୱାରା ଏବଂ ରାମକୃଷ୍ଣ ମହାପାତ୍ର ଙ୍କ ନିର୍ଦ୍ଧେଶିତ ନାଟକ ” କଟିକଟି ଡବଲ କଟି ” ପରିବେଷଣ କରାଯାଇଥିଲା l ଏହି ନାଟକ ମହୋତ୍ସବ କୁ ମୁଖ୍ୟ ଅତିଥିଭାବେ କବି, ଲେଖକ, ନାଟ୍ୟକାର ଏବଂ ଅଭିନେତା ବଦ୍ରି ନାରାୟଣ ମିଶ୍ର ଉଦଘାଟନ କରି କହିଥିଲେ ଯେ

ଆଜି ଯାତ୍ରା ର ଅରୁଚିକର ନୃତ୍ୟ, ଦୃଶ୍ୟ ଓ ସଂଳାପ ଆମ ସମାଜକୁ କଳୁଷିତ କରୁଛି। ହେଲେ ବାଟ ହୁଡୁଥିବା ସମାଜ ରେ ସଂସ୍କାର ଆଣିବା ପାଇଁ, ରୁଚିକର ଯାତ୍ରା ଏକ ଆବଶ୍ୟକତା ବୋଲି କହିଥିଲେ । ଖଡ଼ିପଦା ମେଳନ ଅବସରରେ ମାଆ ଜାଗେଶ୍ଵରୀ ଯୁବକ ସଂଘ ଓ ଖଡ଼ିପଦା ଗ୍ରାମବାସୀଙ୍କ ମିଳିତ ସହଯୋଗ ରେ ଅନୁଷ୍ଠିତ ଯାତ୍ରା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡକ୍ଟର ମିଶ୍ର, ଖଡ଼ିପଦା ଗ୍ରାମବାସୀ ଓ ଯୁବକ ସଂଘ ସହ ଯାତ୍ରା ମହୋତ୍ସବ ର ନେତୃତ୍ୱ ନେଉଥିବା ଓଡ଼ିଶା ର ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ଦିବାକର ପାତ୍ରଙ୍କ ପ୍ରୟାସ ର ପ୍ରଶଂସା କରିଥିଲେ। ପୁରୀ ବ୍ଲକ୍ ଚେୟାରମେନ ବାବୁ ପାତ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ର ଉଦଘାଟନ ଉତ୍ସବରେ ବ୍ଲକ ଉପାଧ୍ୟକ୍ଷା , ଇନ୍ସପେକ୍ଟର ସୁନୀଲ ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ମାମିନା ଦାସ, ପ୍ରସନ୍ନ ମିଶ୍ର,ସରପଞ୍ଚ ମୀନା କୁମାରୀ ସାହୁ, ଗାଁ ସଭାପତି ଦେବେନ୍ଦ୍ର ମହାନ୍ତି,କ୍ଲବ ସଭାପତି ସୋମନାଥ ରାଉତ୍ ମଞ୍ଚାସୀନ ରହିଥିଲେ। ଓଡ଼ିଶା ରେ ଚଳିତ ବର୍ଷ ଶ୍ରେଷ୍ଠ ନାଟକ ରଂଗମହଲ ଗଣନାଟ୍ୟ ର କଟି କଟି ଡବଲ କଟି କୁ ମଞ୍ଚସ୍ଥ କରିଥିଲେ ଖଡ଼ିପଦା ର କଳାକାରମାନେ। ଏହି ଯାତ୍ରା ପରିଚାଳନା କରିଥିଲେ ବିଶିଷ୍ଟ ସଂଗଠକ ପୀତବାସ ନାୟକ ,ବାଲୁଙ୍କେଶ୍ଵର ସାହୁ ଓ କ୍ଲବ୍ ର ଯୁବପିଢି ବୃନ୍ଦ। ଆସନ୍ତା ଦିନରେ ମେଳନ ସହ ଯାତ୍ରା ମହୋତ୍ସବ ସମାପ୍ତ ହେବ ବୋଲି ବାଵୁ ପାତ୍ର ଜଣାଇଛନ୍ତି।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ