April 19, 2025

ସେରଙ୍ଗ ସ୍ଥିତ ଲାଞ୍ଜିଆ ସୌରା ସଭା ଗୃହ ଠାରେ ଉଦ୍ୟାନ କୃଷି ଭିତ୍ତିକ କାର୍ଯ୍ୟ କ୍ରମ ଗୁଡ଼ିକ ର ପ୍ରସାର ଓ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ

Share

ସେରଙ୍ଗ ସ୍ଥିତ ଲାଞ୍ଜିଆ ସୌରା ସଭା ଗୃହ ଠାରେ ଉଦ୍ୟାନ କୃଷି ଭିତ୍ତିକ କାର୍ଯ୍ୟ କ୍ରମ ଗୁଡ଼ିକ ର ପ୍ରସାର ଓ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୫/୮(ଆନିସ)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ସ୍ଥିତ ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା ସଭା ଗୃହ ଠାରେ ଅନୁଷ୍ଠିତ ଉଦ୍ୟାନ କୃଷି ଭିତ୍ତିକ କାର୍ଯ୍ୟକ୍ରମ ଗୁଡ଼ିକର ପ୍ରସାର ଓ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଉଦ୍ୟାନ ବିଭାଗ ଜିଲ୍ଲା ମୂଖ୍ୟ ଅଧିକାରୀ ଦିଲିପ କୁମାର ଦିଙ୍ଗାଲ ସଭା ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଡଃ ପ୍ରଭଞ୍ଜନ କୁମାର ପ୍ରଧାନ ଯୋଗ ଦେଇ ଥିଲେ। ଡଃ ପ୍ରଧାନ ସରକାରଙ୍କ ବିଭିନ୍ନ ଯୋଜନା କୁକୁଡ଼ା, ଛେଳି ତଥା ଗାଇ ପାଳନ କିପରି କରିବେ ଓ କିପରି ଲାଭ ଦାୟକ ପାଇ ପାରିବେ। ସେହି ବିଷୟରେ ଚାଷୀମାନଙ୍କୁ ପୁଙ୍ଖାନୁପୁଙ୍ଖ ଓ ପ୍ରାଞ୍ଜଳ ଭାବ ରେ ସୂଚନା ଦେଇଥିଲେ ।ଏହା ପରେ ଉଦ୍ୟାନ ବିଭାଗ ର ମୁଖ୍ୟ ଅଧିକାରୀ ମସଲା ମିଶନ ଓଫୁଲ,ଛତୁ,ଟମାଟ,ମରିଚ,ଗୋଲ ମରିଚ ଏବଂ କଦଳୀ ଚାଷ ମିଶନ ଶକ୍ତି ମହିଳା ମାଆ ମାନଙ୍କୁ ଏବଂ ବ୍ୟକ୍ତିଗତ ବ୍ୟକ୍ତି କିପରି ଚାଷ କରିବେ ଓ କେତେ ଟଙ୍କା ଲାଭଦାୟକ ପାଇ ପାରିବେ ସେହି ବିଷୟରେ ଅଧିକ ମାତ୍ରା ସୂଚନା ଦେଇଥିଲେ।ଏହି କାର୍ଯ୍ୟକ୍ରମ
ରେ ରାଜୁ ନିଲାପୁ ଉଦ୍ୟାନ ଅଧିଦର୍ଶକ ଏବଂ ଉଦ୍ୟାନ ବିଭାଗ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହ ଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ଦିଙ୍ଗାଲ ବାବୁ ସଭା ସାଙ୍ଗ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ।