July 26, 2026

ପାତାଳି ଶ୍ରୀକ୍ଷେତ୍ର ରେ ଶ୍ରୀ ଜୀଉ ମାନଙ୍କ ଦିବ୍ୟ ସୁନାବେଶ ସମ୍ପର୍ଣ 

IMG-20260725-WA0042
Share

 

ଉଲୁଣ୍ଡା, ୨୫/୭ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ପାତାଳି ଶ୍ରୀ କ୍ଷେତ୍ର ରେ ପ୍ରଥମ ଥର ପାଇଁ ଶ୍ରୀ ଜୀଉ ମାନଂକର ଦିବ୍ୟ ରାଜ ରାଜେଶ୍ବସର (ସୁନା ବେଶ ) ଅନୁଷ୍ଠିତ ହୋଇ ଯାଇଛି। ଗତକାଲି ବାହୁଡା଼ ରେ ତିନି ରଥ ଛଲିଆ ପାହାଡ଼ ରେ ଅନୁଷ୍ଠିତ ହୋଇ ଥିଲା।ଆଜି ପବିତ୍ର ଆଷାଢ଼ ଶୁକ୍ଳ ଏକାଦୋଶୀ ରେ ରଥ ଉପରେ ଶ୍ରୀ ଜୀଉ ମାନଂକରେ ଏହି ଦେବ ଦୁର୍ଲଭ ରାଜ ରାଜେ ସ୍ୱର ବେଶ ଅନୁଷ୍ଠିତ ହୋଇ ଥିଲା। ଶ୍ରୀ ଜୀଉ ମାନେ ଶ୍ରୀ ଭୁଜ ଶ୍ରୀ ପୟର କିରିଟ ମକର କୁଣ୍ଡଳ, ପାନ ପତ୍ରୀ, ମାଳି ନାଟୁ ଆସି, ନାକ ଚଣା ଆଦି ରେ ବେଶ ମୋନୋ ଲୋଭା ଦିଶୁଥିଲେ।ଭକ୍ତ ଦର୍ଶନlର୍ଥୀ ଏହି ଲୋଭନୀୟ କମନିୟ ବେଶ ରେ ଠାକୁର ରଥ ଉପରେ ଭାବ ବିହ୍ଵଳ ହୋଇ ଦର୍ଶନ କରି ଥିଲେ। ବେଶ ପରେ ଠାକୁର ମାନଂକୁ ଉପନ ଭୋଗ ନଈବେଦ୍ୟ ଭୋଗ ପାତାଳି ଶ୍ରୀକ୍ଷେତ୍ର ସେବା ୟତ ସଙ୍ଘ ସଭାପତି ଶ୍ରୀଯୁକ୍ତ ଗୋପାଳ ପଣ୍ଡା, ଙ୍କ ନେତୃତ୍ୱ ରେ ସେବାୟତ ସଙ୍ଘ ର କର୍ମକର୍ତା ନେତୃତ୍ୱ ରେ ସମସ୍ତେ ସେବା ୟତ ଟ୍ରଷ୍ଟି ସଦସ୍ୟ ମାନେ ସହଯୋଗ କରି ଥିଲେ। ଜିଲ୍ଲପାଳ ଡ଼ ନୃପରାଜ ସାହୁ ଙ୍କ ଦ୍ୱାରା ପ୍ରେରିତ ପଦ୍ମନାଭ ଭଜନ ସନ୍ଧ୍ୟା ସୁବର୍ଣ୍ଣପୁର ତରଫରୁ ଭଜନ କାର୍ଯ୍ୟକ୍ରମ ପରିବେଶ କୁ ଏକ ସଂlଗୀତିକ ପରିବେଶ ସୃଷ୍ଟି କରି ଥିଲା।କାର୍ଯ୍ୟକ୍ରମ ରେ ଉଲୁଣ୍ଡା ତହସିଲଦାର ମମତା ମେହେର,ଏସଡିପିଓ ବୀରମହାରାଜପୁର ହେମନ୍ତ ରାଓ, ଟ୍ରଷ୍ଟି ସଭାପତି ଉତ୍ତର ପାତ୍ର, ପୂର୍ଣଚନ୍ଦ୍ର ପାଢ଼ୀ, ଜାନକୀ ଦେହୁରୀ, ପାତାଳି ସେନା ସଦସ୍ୟ ସହଯୋଗ କରି ଥିଲେ।

You may have missed