ଖୋର୍ଦ୍ଧାରେ ୭୫ ଗ୍ରାମ ବ୍ରାଉନସୁଗାର ଜବତ, ନାବାଳକ ଅଟକ
ଖୋର୍ଦ୍ଧା:(ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ତାଡ଼ିଆ ମୁଣ୍ଡିଆ ହନୁମାନ ମନ୍ଦିର ନିକଟରେ ଚଢ଼ାଉ କରାଯାଇ ୭୫ ଗ୍ରାମ ବ୍ରାଉନସୁଗାର ଓ ଏକ ମୋଟରସାଇକେଲ ଜବତ କରାଯାଇଛି।ଅବକାରୀ ବିଭାଗର ସୂଚନା ଅନୁଯାୟୀ, ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୭୫ ହଜାର ଟଙ୍କା। ଏହି ଘଟଣାରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ହାଟସାହି–ଗଡ଼ ହଳଦିଆ ଅଞ୍ଚଳର ଜଣେ ନାବାଳକଙ୍କୁ ଅଟକ ରଖାଯାଇଥିବା ପ୍ରାଥମିକ ସୂଚନା ମିଳିଛି।
ଘଟଣାର ତଦନ୍ତ ଅବକାରୀ ବିଭାଗ ପକ୍ଷରୁ ଜାରି ରହିଛି। ନାବାଳକ ସମ୍ପୃକ୍ତ ଥିବାରୁ ପ୍ରଚଳିତ ଆଇନ ଅନୁଯାୟୀ ତାଙ୍କର ପରିଚୟ ଗୋପନ ରଖାଯାଇଛି।
