July 25, 2026

ଗଞାମରେ ଅପୂର୍ବ ୟୁଥ୍ ଫାଉଣ୍ଡେସନ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର..

IMG-20260725-WA0029
Share

 

 

ଗଞାମ(ପ୍ରଦୀପ କୁମାର ପଣ୍ଡା)

ଗଞ୍ଜାମ ସହରର ସ୍ୱେଚ୍ଛାସେବୀ ସଙ୍ଗଠନ ଅପୂର୍ବ ୟୁଥ୍ ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ଭାରତୀ ବିଦ୍ୟାପୀଠ ବୈଠକ ଗୃହ ଠାରେ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଗ୍ରାସୀମ କମ୍ପାନୀ ଓ ବ୍ରହ୍ମପୁର ଶୀତଳାପଲ୍ଲି ସ୍ଥିତ ସମ୍ ଡାକ୍ତରଖାନା ର ସହଯୋଗରେ ଆୟୋଜିତ ଏହି ଶିବିରରେ ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳର ପ୍ରାୟ ୨୨୦ ଜଣ ରୋଗୀ ଯୋଗ ଦେଇ ଅଭିଜ୍ଞ ଡାକ୍ତର ମାନଙ୍କ ଠାରୁ ସ୍ୱାସ୍ଥ୍ୟ ପରାମର୍ଶ ଓ ଚିକିତ୍ସା ସେବା ଗ୍ରହଣ କରିଥିଲେ।ଶିବିରରେ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା ସହ ବିଭିନ୍ନ ବିଭାଗର ନିଶୁଳ୍କ ଚିକିତ୍ସା ପରୀକ୍ଷା କରାଯାଇଥିଲା।ଏଥି ସହ ଆବଶ୍ୟକ ରୋଗୀ ମାନଙ୍କୁ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା।ଗ୍ରାମାଞ୍ଚଳରେ ସୁଲଭ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଦିଗରେ ଏହି ଶିବିର ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଥିଲେ।ଉଦ୍‌ଘାଟନୀ ଉତ୍ସବରେ ସମ୍ ଡାକ୍ତରଖାନାର ନିର୍ଦ୍ଧେଶକ ଦେବୀ ପ୍ରସାଦ ଦାସ, ଏମ୍.ଏସ୍.ଡା.ଅଯୋଧ୍ୟା ନାଥ ପାଢ଼ୀ,ଡି.ଏମ୍.ଏସ୍.

ଡା.ପ୍ରିୟଜିତ ପାଣିଗ୍ରାହୀ,କାହ୍ନା ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ରଞ୍ଜନା ମିଶ୍ର,ଆଇନଜୀବୀ ଦିଲ୍ଲୀପ ପଟ୍ଟନାୟକ, ସମାଜସେବୀ ସୁଧୀର କୁମାର ପାଢ଼ୀ,ଅବସରପ୍ରାପ୍ତ ଆର୍.ପି.ଏଫ୍.ଅଧିକାରୀ ବିଷ୍ଣୁ ପ୍ରସାଦ ସେଠୀ,ଗ୍ରାସିମ୍‌ର ସିଏସ୍‌ଆର୍ ମୁଖ୍ୟ ସୁସ୍ମିତା ବେହେରା,ସାମାଜିକ ସଚେତନତା ଗୁରୁ ସନ୍ତୋଷ କୁମାର ସାହୁ ଏବଂ କଟକ ବି.ଏଚ୍.ଆର୍.ସି.ର ପ୍ରସନ୍ନ ଗୁରୁ ପ୍ରମୁଖ ଉପସ୍ଥିତ ରହି ସମାଜସେବା ଓ ସ୍ୱାସ୍ଥ୍ୟ ସଚେତନତାର ଗୁରୁତ୍ୱ ଉପରେ ମତ ରଖିଥିଲେ।ଏହି ଅବସରରେ ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ପଣ୍ଡା,ଛତ୍ରପୁର ପ୍ରେସ କ୍ଲବ ସଭାପତି ସରୋଜ ସାମଲ, ଗଞ୍ଜାମ ପ୍ରେସ କ୍ଲବ ସଭାପତି ଶବର ତରାଇ ଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ଆସିଥିବା ସ୍ୱେଚ୍ଛାସେବୀ ସଙ୍ଗଠନର ପ୍ରତିନିଧି ମାନଙ୍କୁ ସମ୍ମାନିତ କରାଯାଇଥିଲା। ସଙ୍ଗଠନର ସଂସ୍ଥାପକ ଓ ସଭାପତି ପ୍ରଭାତ କୁମାର ସାହୁ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିବା ବେଳେ ଉମା ଶଙ୍କର,ଅଶ୍ୱିନୀ,ସୁନୀଲ, ଆଶୁତୋଷ,ଅନିଲ,ଜିତେଶ, ସନ୍ତୋଷ,କେଦାର,ଅକ୍ଷୟ, ବବୁଲ ଓ ସନ୍ତୋଷ ପ୍ରମୁଖ ସ୍ୱେଚ୍ଛାସେବକ ଶିବିରକୁ ସଫଳ କରିବାରେ ସକ୍ରିୟ ସହଯୋଗ କରିଥିଲେ।ଶିବିରର ସଫଳ ଆୟୋଜନକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଥିଲା।