October 27, 2026

ଗୋବିନ୍ଦପୁର ସରପଞ୍ଚ ରମେଶ ଚନ୍ଦ୍ର କୁଅଁର ପରଲୋକ : ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି

IMG-20261027-WA0104
Share

=ତିର୍ତ୍ତୋଲ ତା 27/10/2026 ତିର୍ତ୍ତୋଲବ୍ଲକ ଗୋବିନ୍ଦପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ, କନକପୁର ପୂର୍ବତନ ରାଜସ୍ବନିରୀକ୍ଷକ ତଥା କଟକର ପ୍ରାକ୍ତନ ଲାଣ୍ଡଅଫିସର ରମେଶଚନ୍ଦ୍ର କୁଅଁର (75) ଙ୍କର ଏକ ଘରୋଇ ହସ୍ପିଟାଲ ରେ ପରଲୋକ ହୋଇ ଯାଇଛି l ତାଙ୍କର ମରଶରୀର ସ୍ୱର୍ଗରଥ ରେ ଜନ୍ମମାଟିରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଶହଶହ ଲୋକ ତାଙ୍କର ଶେଷଦର୍ଶନ କରି ମାଲ୍ୟାର୍ପଣ କରିଥିଲେ l ଗୋବିନ୍ଦପୁର ପଞ୍ଚାୟତ ସରପଞ୍ଚ ଙ୍କ ତରଫରୁ ତାଙ୍କର ଅନ୍ତେଷ୍ଟକ୍ରିୟା ନିମନ୍ତେ କିଛି ବ୍ୟବସ୍ଥା କରାଯାଇ ଥିବାବେଳେ, ପୂର୍ବତନ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, କଂଗ୍ରେସନେତା ଇଂ ହିମାଂଶୁ ମଲ୍ଲିକ, ଜିଲ୍ଲା କଂଗ୍ରେସ ସଭାପତି ଦେବପ୍ରସାଦ ନାୟକ, ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା, ଯୁବନେତା ଲକ୍ଷ୍ମୀଧର ଦାଶ ( ଚଗଲି ) ସମାଜସେଵୀ ଭାସ୍କର ଚନ୍ଦ୍ର ନାୟକ, ମୂଳିସିଂହ ସରପଞ୍ଚ ତଥା ତିର୍ତ୍ତୋଲ ସରପଞ୍ଚ ସଙ୍ଘର ସଭାପତି ସଫି ଆଜାମ୍, ପଟିଲୋ ର ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରଥ, ସାରଳାମନ୍ଦିର ସେବାୟତ ରମାକାନ୍ତ ରାଉଳ, ବିଜୟ କୁମାର ରାଉଳ, ଅରକ୍ଷିତ ରାଉଳ ଙ୍କ ସମେତ ଯୁବନେତା ଦେବେନ୍ଦ୍ର ନାଥ ମହାନ୍ତି, ଶୁଭନାରାୟଣ ନାୟକ, ସୁଧାକର ଦାସ, ପ୍ରଭାକର ସ୍ୱାଇଁ, ସୁଧାକର ବରାଳ, ଦିଗମ୍ବର ରାଉତ, ସୁଲେଖ ସାହୁ, ରବିନାରାୟଣ ଜେନା, ବୀରବର ବାରିକ, ଗୁରୁଚରଣ ବାରିକ ଓ ଅଭିଷେକ ଖୁଣ୍ଟିଆ ପ୍ରମୁଖ ଶ୍ରଦ୍ଧାଞ୍ଜଳିଅର୍ପଣ କରି ଶୋକସନ୍ତପ୍ତ ପରିବାରବର୍ଗ ଙ୍କୁ ସମବେଦନା ଜ୍ଞାପନ କରିଥିଲେ l ମୃତ୍ୟୁସମୟରେ ତାଙ୍କ ର ପତ୍ନୀ ନୟନାରାଣୀ କୁଅଁ ର, ପୁତ୍ର ନରେଶ, ଜିତେଶ, ପୂବତନ ସରପଞ୍ଚ ଆଲୋକପ୍ରଭା ଭୋଳ, ପୁତ୍ରବଧୂ ଛବି, ପିଙ୍କି, ନାତିନାତୁଣୀ ବାବା ଓ ନିକି ପ୍ରମ୍ମୁଖ ଉପସ୍ଥିତ ଥିଲେ l ତେବେ ନାରାୟଣ ଚନ୍ଦ୍ର ଭୋଳ, ସତ୍ୟଜିତ ଭୋଳ, ତପନ କୁମାର ସାହୁ ଓ ନିରୋଜ ନଳିନୀ କୁଅଁର ତତ୍ତ୍ୱାବଧାନ ରେ ତାଙ୍କ ମରଶରୀର କୁ ଶୋଭାଯାତ୍ରା ରେ ନିଆଯାଇ ଗ୍ରାମ୍ୟପରିକ୍ରମା କରିବା ପରେ ଗ୍ରାମ୍ୟ ଶ୍ମଶାନ ରେ ଅନ୍ତେଷ୍ଟକ୍ରିୟା ସମୟରେ ବଡପୁଅ ନରେଶ ଚନ୍ଦ୍ର କୁଅଁର ମୁଖାଗ୍ନି ଦେଇଥିଲେ l ବିଶେଷକରି ତାଙ୍କର ସହପାଠୀ,ସାରଦା ଏକାଡେମୀ କନକପୁର ର 1970 ବ୍ୟାଚ ର ସାଙ୍ଗସାଥୀ ମାନେ ମଧ୍ୟ ଗଭୀରଶୋକ ପ୍ରକାଶ କରିଅଛନ୍ତି l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed