October 27, 2026

ବୁର୍ଲା ଠାରେ ନୁଆଁଖାଇ ଭେଟଘାଟ ମହା ସମାରୋହରେ ପାଳିତ..

IMG-20261027-WA0100
Share

ବୁର୍ଲା, :  ଦ୍ଵିତୀୟ ନୁଆଁଖାଇ ଭେଟ ଘାଟ ବୁର୍ଲା ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ପଡ଼ିଆ ଠାରେ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ର ଉପ କୁଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ର, ଭିସୁଟ ର ଉପ କୁଳପତି ପ୍ରଫେସର ଦୀପକ କୁମାର ସାହୁ, ଶ୍ରୀଯୁକ୍ତ ସଂଜୀବ କୁମାର ପାଟଯୋଶୀ (ଅବସର ପ୍ରାପ୍ତ ଡି ଜି ପି) ଏବଂ ସୁଶ୍ରୀ ଶୁଭଶ୍ରୀ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପଶ୍ଚିମ ଓଡ଼ିଶାର ଭାଇଚାରାର ଗଣପର୍ବ ନୂଆଖାଇ କିପରି ଭାବରେ ସ୍ଥାନୀୟ ଲୋକଙ୍କୁ ଏକ ଅତୁଟ ବନ୍ଧନରେ ବାନ୍ଧି ରଖିଥାଏ ଏବଂ ଏହି ନୂଆଖାଇର ବିଶେଷତ୍ଵ ତଥା ମହତ୍ତ୍ଵ ଉପରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଉପଦେଷ୍ଟା ବ୍ରଜ ମୋହନ ମିଶ୍ର, ଆଇନଜୀବୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାହୁ ଓ ଶ୍ରୀଯୁକ୍ତ ରାଜ କିଶୋର ଜାଯୋଡ଼ିଆ ପ୍ରମୁଖ କାର୍ଯକ୍ରମ ପରିଚାଳନା କରିଥିଲେ I ସଭାପତି ବୀରେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ କାର୍ଯକ୍ରମ ପରିଚାଳିତ ହୋଇଥିଲା I ଉପ ସଭାପତି ଶ୍ରୀ ତ୍ରାହିକର ଡୁଙ୍ଗୁରୀ, ସମ୍ପାଦକ ଶ୍ରୀ ରାମେଶ୍ୱର ସିଂ , କୋଷାଧକ୍ଷ ଶ୍ରୀ ଦେବାଶିଷ ନନ୍ଦ ମଂଚାସୀନ ରହିଥିଲେ I ଏହି ଆନୁକୂଲ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା I ସାମାଜିକ ସଂସ୍ଥା ‘ପରିଚୟ ‘ କୁ ତାଙ୍କର ସେବା କାର୍ଯ୍ୟ ନିମନ୍ତେ ସମ୍ମାନିତ କରାଯାଇଥିଲା I ଏହି ଅବସରରେ ନୃତ୍ୟଗୁରୁ ସତ୍ୟବ୍ରତ ସାହୁଙ୍କ ନିର୍ଦ୍ଦେଶନାରେ ଭାରତୀ କଳା ବିକାଶ କେନ୍ଦ୍ରର ଛାତ୍ର ଛାତ୍ରୀ କଳାକାର ମାନଂକ ଦ୍ଵାରା ରଙ୍ଗାରଙ୍ଗ ସମ୍ବଲପୁରୀ ନୃତ୍ୟ ମଞ୍ଚସ୍ଥ ହୋଇଥିଲା। ରୁକୁ ସୁନା ଙ୍କ ଅର୍କେଷ୍ଟ୍ରାର ଏକ ଦଳ ଦ୍ଵାରା ରଙ୍ଗାରଙ୍ଗ ସଙ୍ଗୀତ ଏବଂ ନୃତ୍ୟ ପରିବେଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବରେ ଅଙ୍କିତା ସାହାଣୀ କାର୍ଯକ୍ରମ ଉପସ୍ଥାପିତ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ବିଭିନ୍ନ କମିଟି ଯଥା ଅଭ୍ୟର୍ଥନା କମିଟି, ଶୃଙ୍ଖଳା କମିଟି, ମଞ୍ଚ କମିଟି, ଖାଦ୍ୟ କମିଟି ପକ୍ଷରୁ ସୁଚାରୁ ରୂପେ ନିଜ ନିଜ ଦାୟିତ୍ୱ ନିର୍ବାହ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ତରଣୀସେନ ଚାନ୍ଦ,ରାଜେଶ ପଟ୍ଟନାୟକ, ବାଲା ମାଝୀ, ହରି ଶଙ୍କର ପଣ୍ଡା, ଦୀପକ ରାଉତ, ସତ୍ୟବ୍ରତ ନାୟକ, ଗୋପାଳ ପ୍ରଧାନ, ପ୍ୟାରୀମୋହନ ପୂଜାରୀ, ଅନିଲ ଦେବତା, ପ୍ରଦୋଷ ପଣ୍ଡା,ସୋମନାଥ ଆପଟ, ସୁଧାଂଶୁ ଦାଶ , ଟୁନା ଷଣ୍ଢ, ଆକାଶ ଆଚାର୍ଯ୍ୟ,ଦିନେଶ ଷଡ଼ଙ୍ଗୀ,ଶୁଭକାନ୍ତ ପଣ୍ଡା, ଜୟନ୍ତ କୁମାର ସାହୁ, ଅଶ୍ୱିନୀ ମହାନନ୍ଦ ଶ୍ୟାମ ଗୌଡ଼, ଜୟନ୍ତ କୁମାର ଦାସ,ସଂଜୀବ ପଣ୍ଡା,ହିମାଂଶୁ ମେହେର, ପ୍ରମୁଖ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଶ୍ରୀ  ସୁଧୀର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ I

You may have missed