ହରିଜନ ଓ ଆଦିବାସୀ ଛାତ୍ରି ଛାତ୍ର ଙ୍କ ଷ୍ଟାଇପେଣ୍ଡ ବଢିଲା
ତିର୍ତୋଲ
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ସରକାର ଆଦିବାସୀହରିଜନ,ଛାତ୍ର ଛାତ୍ରୀ ଙ୍କଆବାସିକ ଛାତ୍ରବୃତ୍ତି ବୃଦ୍ଧି କରିଛନ୍ତି | ଏହା ଆବଶ୍ୟକଥିଲା |ସରକାର ଠିକ ସମୟରେ ସଠିକ ପଦକ୍ଷେପ ନେଇଛନ୍ତି | ପୂର୍ବରୁ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ମାନଙ୍କୁ ଦଶ ମାସକୁ ୧୦୫୦ / ୦୦ ଟଙ୍କା ଓ ଛାତ୍ରୀ ମାନଙ୍କୁ ୧୧୦୦/୦୦ ଟଙ୍କା, ଯୁକ୍ତ ଦୁଇ ଛାତ୍ର ମାନଙ୍କୁ ଦଶ ମାସକୁ ୧୧୦୦/୦୦ ଟଙ୍କା ମିଳୁଥିଲା |ସରକାର ଏହାକୁ ବୃଦ୍ଧି କରିଛନ୍ତି |ଏଣିକି ପ୍ରଥମରୁ ଯୁକ୍ତ ଦୁଇ ଶ୍ରେଣୀ ଛାତ୍ରମାନେ ମାସକୁ ୧୬୦୦/୦୦ ଟଙ୍କା ଓ ଛାତ୍ରୀମାନେ ୧୭୦୦ଟଙ୍କା ପାଇବେ | ଏହା କେବଳ ଛାତ୍ରାବାସ ଓ ଛାତ୍ରୀ ନିବାସରେ ରହି ପାଠ ପଡୁଥିବା ଛାତ୍ର,ଛାତ୍ରୀ ମାନଙ୍କ ପାଇଁ | ସରକାରଙ୍କ ଏହି ଜନକଲ୍ୟାଣ କାରି ପଦକ୍ଷେପକୁ ତିର୍ତୋଲ ପ୍ରେସ କ୍ଳବ ର ସଭାପତି ଶରତ ଚନ୍ଦ୍ର ଦାଶ, ଉପ ସଭାପତି ରଞ୍ଜନ କୁମାର ମଲ୍ଲିକ, ଆଡଭୋକେଟ ଟୁକନ ଚରଣ ସେଠି, ପ୍ରେସ କ୍ଳବର ବରିଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟା ଶରତ କୁମାର ଦାସ, ଜିଲ୍ଲା ସାମାଜିକ ନ୍ୟାୟ ଅଭିଯାନ ର ସଭାପତି ରବି ବେହେରା, ରାଜ୍ୟ ସଂଯୋଜକ ସଞ୍ଜୟ ଘଡେଇ, ଉପ ସଭାପତି ଶାନ୍ତନୁ ମଲ୍ଲିକ, ସମ୍ପାଦକ ସମୀର କୁମାର ଦାସ ପ୍ରମୁଖ ରାଜ୍ୟ ସରକାର ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଛାତ୍ର ଛାତ୍ରୀ ଙ୍କ ଷ୍ଟାଇପେଣ୍ଡ ବୃଦ୍ଧିକୁ ସ୍ୱାଗତ କରିବା ସହିତ ସରକାର ଙ୍କୁ ସାଧୁବାଦ ଜଣାଇଛନ୍ତି ।
