July 25, 2026

ସାରଦା ଏକାଡେମୀ 1990 ବ୍ୟାଚ ପକ୍ଷରୁ : ଭଲପାଇବାର ସ୍ମୃତିରେ ଶିକ୍ଷୟିତ୍ରୀ ଅପର୍ଣ୍ଣା ପଣ୍ଡା ..

IMG-20260725-WA0020
Share

ତିର୍ତ୍ତୋଲ ତା 25/7/2026 ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ, ସାରଦା ଏକାଡେମୀ 1990 ବ୍ୟାଚ ର ପୁରାତନ ବିଦ୍ୟାର୍ଥୀ ମାନଙ୍କ ତରଫରୁ, ସହପାଠିନୀ ତଥା ଏକାଡେମୀ ର ଯଶସ୍ବୀ ଶିକ୍ଷୟିତ୍ରୀ ଅପର୍ଣ୍ଣାପଣ୍ଡା ଙ୍କ ଏକାଦଶାହ ଉପଲକ୍ଷେ, ବିଦ୍ୟାଳୟର ଐତିହ୍ୟପ୍ରାସାଦ ରେ, ଭଲପାଇବା ର ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଗତ ପଚିଶ ତାରିଖ ଶନିବାର ଦିନ ମଧ୍ୟାହ୍ନ ରେ ଅନୁଷ୍ଠିତ ହୋଇଯାଇଛି l ଆବାହକ ସାମ୍ବାଦିକ ମନୋଜ ଦାସ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଓ ପଣ୍ଡିତ ବାସବ ନନ୍ଦଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ବନ୍ଧତ୍ୱର ସ୍ମାରକୀ କାର୍ଯ୍ୟକ୍ରମ ରେ ସ୍ବର୍ଗତ ଅପର୍ଣ୍ଣା ପଣ୍ଡା ଙ୍କ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନିରବପ୍ରାର୍ଥନା କରାଯାଇଥିଲା l ଏଥିରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଅନିନ୍ଦିତା ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସପ୍ତମଶ୍ରେଣୀ ଛାତ୍ରୀ ଅୟୀସା ନାୟକ ଙ୍କ ସମେତ ଯଜ୍ଞଦତ୍ତ ରଥ, ବିମଳପ୍ରସାଦ ପାଣିଗ୍ରାହୀ, ଦୀପକ କୁମାର ସ୍ୱାଇଁ ଓ ମାନସ କୁମାର ପୃଷ୍ଟି ପ୍ରମ୍ମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ସ୍ୱତନ୍ତ୍ରଅତିଥି ଭାବେ କନକ ଟିଭି ର ଜିଲ୍ଲାପ୍ରତିନିଧି ରମାକାନ୍ତ ଦାଶ ଓ ସାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ ସ୍ବର୍ଗତଃ ଅପର୍ଣ୍ଣା ପଣ୍ଡା ଙ୍କର ବହୁମୁଖୀ ପ୍ରତିଭା ଉପରେ ଆଲୋଚନା କରିଥିବା ବେଳେ ସହପାଠୀ ଶାନ୍ତନୁ ସୋମ୍ , ରଶ୍ମି ରଞ୍ଜନ ସାହୁ,ଅଶୋକ ବେହେରା ଓ ଅପର୍ଣ୍ଣା ଙ୍କ ଜ୍ୟେଷ୍ଠଭ୍ରାତା ରଞ୍ଜନ କୁମାର ପଣ୍ଡା ପ୍ରମ୍ମୁଖ ନିଜନିଜର ଅନୁଭବ ଅନୁଭୂତି କଥା କହିଲାବେଳେ ଏକ ଭାବବିହ୍ୱଳ ଓ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed