April 24, 2026

ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକ ଟ୍ରଷ୍ଟର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ।

5b076363-dd28-48f9-abb3-15a97331bcc6
Share


ବୁଗୁଡ଼ା – ୨୫/୭/୨୩/
ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ବୁଗୁଡ଼ା ବ୍ଲକ୍ ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକ ଟ୍ରଷ୍ଟର ଏକ କାର୍ଯ୍ୟକାରୀ ବୈଠକ ଟ୍ରଷ୍ଟର ସଭାପତି ଶ୍ରୀ ବିଶ୍ୱମୋହନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟତଃ ” ଶିକ୍ଷକ ସୌରଭ ” ସମ୍ମାନ ଉତ୍ସବ ସମ୍ପର୍କରେ ଆଲୋଚନା ହୋଇ ଆଗାମୀ ଅଗଷ୍ଟ ୨୦ ତାରିଖ ଦିନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ଏଥି ନିମନ୍ତେ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି କ୍ରମେ ବୁଗୁଡ଼ା ପୌର ପରିଷଦ ଅନ୍ତର୍ଗତ ପ୍ରାଥମିକ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବତ୍କୃତା,ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ କରାଯିବ ଏବଂ ବ୍ଲକ୍ ର ମୋଟ ୮ ଜଣ ବରିଷ୍ଠ ଶିକ୍ଷକଙ୍କୁ ସମ୍ମାନ ଜନକ ଶିକ୍ଷକ ସୌରଭ ସମ୍ମାନ ପ୍ରଦାନ କରାଯିବ।ବୈଠକରେ ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ହରେକୃଷ୍ଣ ପାତ୍ର,ହୃଷୀକେଶ ମିଶ୍ର, ବିପ୍ର ଚରଣ ଗୌଡ, ଗଣେଶ୍ୱର ପଣ୍ଡା,ପ୍ରଭାକର ସ୍ୱାଇଁ, ଦିବାକର ସାମନ୍ତରାୟ, ବିପ୍ରଚରଣ ବେହେରା ଓ ଗଙ୍ଗାଧର ଦୋରା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରି ଥିଲେ। ଟ୍ରଷ୍ଟର ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ ପୂର୍ବ ବୈଠକର ବିବରଣୀ ପାଠ କରିଥିଲା ବେଳେ ଧୃବ ଚରଣ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

You may have missed