April 25, 2026

ଚୋରି ଅଭିଯୋଗରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ରାମନାଗୁଡା ପୋଲିସ ୧ ବାଇକ,ଲୁହା ଛଡ଼, ଚୋରି ସାମଗ୍ରୀ ଜବତ, ତଦନ୍ତ ଜାରି

16615638-e98d-4b50-89dc-3245ba50d311
Share

 

ରାମନାଗୁଡା, ଚୋରି ଅଭିଯୋଗରେ ଆଜି ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ରାମନାଗୁଡା ପୋଲିସ। ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ସ୍ଥାନୀୟ ଅଞ୍ଚଳରେ ଗତ କିଛିଦିନ ଧରି ବାରମ୍ବାର ଚୋରି ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା ବେଳେ ପୋଲିସ ପକ୍ଷରୁ କଡାକଡି ଭାବେ ପ୍ରୋଟୋଲିଂ ଜୋରଦାର କରାଯାଉଥିଲେ ଚୋରି ଧରିବାରେ ସଫଳ ହୋଇପାରୁନଥିଲା ରାମନାଗୁଡା ପୋଲିସ । ସୋମବାର ଦିନ ରାମନାଗୁଡା ପୋଲିସକୁ ମିଳିଛି ବଡ଼ ସଫଳତା। ପୋଲିସ ପକ୍ଷରୁ ମିଳୁଥିବା ସୂଚନା ଅନୁଯାୟୀ ଚାକୁଣ୍ଡାରେ ଥିବା ନିୟନ୍ତ୍ରିତ ବଜାର କମିଟିର କପା ବଜାର ପ୍ରାଙ୍ଗଣରେ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ନେଇ ସେଠାକାର କର୍ମଚାରୀ ଚିତ୍ତରଞ୍ଜନ ପ୍ରଧାନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ରାମନାଗୁଡା ପୋଲିସ ସେକେଣ୍ଡ ଅଫିସର ବାବୁଲା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଥିବା ବେଳେ ଏକ ନମ୍ବର ବିହୀନ ବାଇକ୍ ସହ ୨ଜଣ ଯୁବକ ସନ୍ଦେହ ଘେରକୁ ଆସିଥିଲେ। ଉକ୍ତ ୨ ଯୁବକ ଜଣକ ହେଲେ ପେଦାବାବୁ ମାଣ୍ଡାଙ୍ଗି(୧୯)ଙ୍କ ଘର ଅମଲାବଟା ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ଚିନ୍ନା ନାଗବଂଶ ଘର ଭାଟିପଡାଙ୍କୁ ଥାନାରେ ଅଟକ ରଖି ସେମାନେ ଧରିଥିବା ବ୍ୟାଗ ଓ ବାଇକ୍ କୁ ଜବତ କରି ଯାଞ୍ଚ କରିଥିଲେ। ଅଭିଯୋଗ କାରୀଙ୍କ ଏତଲା ୬୯ ଅନୁଯାୟୀ ଯେଉଁ ସବୁ ସାମଗ୍ରୀ ଚୋରି ହୋଇଥିଲା ସେହି ସବୁ ସାମଗ୍ରୀ ସେମାନଙ୍କ ଠାରୁ ଠାବ ହୋଇଥିବାରୁ ସେମାନଙ୍କୁ କରି କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଜାରି ରହିଥିବା ସହ ରାମନାଗୁଡା ଥାନାରେ କେସ ନମ୍ବର ୬୯ଅନୁଯାୟୀ ଧାରା ୪୫୪ ଓ ୩୮୦ ଆଇପିସିରେ ଗିରଫ କରାଯାଇଥିବା ରାମନାଗୁଡା ଥାନା ଅଧିକାରୀ ସୁନିତା ବେହେରା ସୂଚନା ଦେଇଛନ୍ତି।ଏହି ସମୟରେ ଏସ ଆଇ ବାବୁଲା ପ୍ରଧାନ, ଏଏସ ଆଇ ଜଗନ୍ନାଥ ବେହେରା,ପୃଥରାଜ ଝଙ୍କାର,ହୋର୍ମଗାଡ ଜୟଦେବ କରିଆଙ୍କ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।ଏହି ତଦନ୍ତରୁ ଅଧିକ ତଥ୍ୟ ମିଳିପାରିବ ବୋଲି ସାଧାରଣରେ ଆଶା କରାଯାଉଛି।।
ରିପୋର୍ଟ ରାକେଶ କୁମାର ବେହେରା

You may have missed