March 7, 2026

ନାଚୁଣୀ ନିକଟରେ ସଡ଼କ ଦୃଘଟଣା ରେ ଜଣେ ମୃତ୍ୟୁ

ca5e2bb8-738d-4eb8-ac68-2b687dc27a02
Share

ଭୁବନେଶ୍ୱର(ସମୀର ରଞ୍ଜନ ନାୟକ ): ସଡ଼କ ଦୃଘଟଣା ରେ ଜଣେ ମୃତ୍ୟୁ ବରଣ କରିଥିବା ଖବର ଆମ ହସ୍ତଗ ହୋଇଛି ମିଳିଥିବା ଖବର ଅନୁଯାଇ ଖୋର୍ଦ୍ଧା ଜିଲାଅଧୀନସ୍ଥ ନାଚୁଣୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ହରିପୁର ଛକ ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକ ମୃତ୍ୟୁବରଣ କରିଛନ୍ତି । ମୃତକ ହେଲେ ସୋରଣ ଗ୍ରାମ ହରିଜନ ସାହିର ପହଲା ନାୟକଙ୍କ ପୁଅ କାହ୍ନା ନାୟକ(୨୨ ) । କାହ୍ନା ବାଲୁଗାଁରୁ ଏକ ସ୍କୁଟି ଯୋଗେ ଗାଁକୁ ଫେରୁଥିବା ବେଳେ ନାଚୁଣୀ ହରିପୁର ଛକ ପେଟ୍ରୋଲ ପମ୍ପ ନିକଟରେ ଛିଡା ହୋଇଥିବା ଏକ ମାଲ୍‌ ବୋଝେଇ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲେ। ଫଳରେ ସେ ସ୍କୁଟିରୁ ଛିଟିକି ପଡିଥିଲେ। କାହ୍ନାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।ଖବର ପାଇ ପୋଲିସ ଓ ସ୍ଥାନୀୟ ଜନସାଧାରଣ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ମେଡିକାଲ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ନାଚୁଣୀ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।