June 10, 2026

ପ୍ରହଲ୍ଲାଦ ସହାୟ ମୀନା ହେଲେ ଗଜପତିର ନୂତନ ଏସପି..

IMG-20260525-WA0011
Share

ପାରଳାଖେମୁଣ୍ଡି(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ନୂତନ ଏସପି ଭାବେ ପ୍ରହଲ୍ଲାଦ ସହାୟ ମୀନାଙ୍କୁ ଦାୟିତ୍ୱ ମିଳିଥିବା ଜଣାଯାଇଛି।ଓଡିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଆଇପିଏସ୍/ଓପିଏସଙ୍କ ସ୍ତରରେ ବଡ ଧରଣର ଅଦଳବଦଳ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ପ୍ରହଲ୍ଲାଦ ସହାୟ ମୀନା ନିଯୁକ୍ତ ହୋଇଥିବାର ଜଣାପଡିଛି । ଶ୍ରୀ ମୀନା ୨୦୧୭ ବ୍ୟାଚର ଆଇପିଏସ୍ ଅଫିସର ବୋଲି ଜଣାପଡିଥିବା ବେଳେ ସେ ବରଗଡ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଭାବେ ଅବସ୍ଥାପିତ ଥିଲେ।ଏଥି ପୂର୍ବରୁ ଗଜପତି ଜିଲ୍ଲାର ତତ୍କାଳୀନ ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ଗତ ମାର୍ଚ୍ଚ ମାସ ଶେଷରେ ଅବସର ଗ୍ରହଣ କରିଥିଲେ । ଏହାପରେ ଏହି ପଦବୀରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଶ୍ରବଣ ବିବେକ ଏମ୍. ଏବଂ ଗଜପତିର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁନୀଲ କାନ୍ତ ମହାନ୍ତି ସାମୟିକ ଭାବେ ଭାରପ୍ରାପ୍ତ ଏସପି ଭାବେ ଏହି ଗୁରୁଦାୟିତ୍ବ ତୁଲାଉଥିଲେ । ଶ୍ରୀ ମୀନାଙ୍କୁ ବର୍ତ୍ତମାନ ରାଜ୍ୟ ସରକାର ଗଜପତି ଜିଲ୍ଲାର ନୂତନ ଏସପି ଭାବେ ଦାୟିତ୍ୱ ଦେଇଛନ୍ତି।