April 26, 2026

ଗଜପତି:- ସିଡିଏମଓ: ଙ୍କ ମହାନତା

IMG-20260325-WA0068
Share

 

ଦୁର୍ଘଟଣା ରେ ପଡ଼ିଥିବା ଗୁରୁତରଙ୍କୁ ଆମ୍ବୁଲାନ୍ସ ଡକାଇ ମେଡିକଲ ପଠାଇଲେ ——————————————–

ଆଜି ଗଜପତି ସିଡିଏମଓ ଡ଼ାଃ ସାନ୍ତାନୁ କୁମାର ପାଢୀ’ଙ୍କ ମହାନତା ଦେଖିବାକୁ ମିଳିଛି ।

ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା ବ୍ଲକ୍ ଗୁମ୍ମା ଠାରେ ଭୀମଭୋଇ ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସେହି ଶିବିର କାର୍ଯ୍ୟକ୍ରମରେ ସିଡିଏମଓ: ଡ଼ାଃ ସାନ୍ତାନୁ କୁମାର ପାଢ଼ୀ ଯୋଗ ଦେଇଥିଲେ । ଶିବିର କାର୍ଯ୍ୟକ୍ରମ ସରିବା ପରେ ସିଡିଏମଓ: ଡ଼ାଃ ପାଢ଼ୀ , ପାରଳାଖେମୁଣ୍ଡି ଫେରୁଥିବା ବେଳେ ପାରସମ୍ଭା ନିକଟସ୍ଥ ଘାଟି ରାସ୍ତାରେ ଦୁଇଟି ବାଇକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ଏଥିରେ ୩ ଜଣ ଗୁରୁତର ଆହତ ହୋଇ ଘଟଣା ସ୍ଥଳରେ ହିଁ ପଡ଼ି ରହିଥିଲେ । ସିଡିଏମଓ: ଡ଼ାଃ ପାଢ଼ୀ ଏଭଳି ଘଟଣା ଦେଖି ଯାଉଥିବା ନିଜ ଗାଡ଼ିକୁ ଅଟକାଇ ଗୁରୁତର ଆହତ’ଙ୍କ ପାଖକୁ ଯାଇ ସେମାନଙ୍କୁ ଭଲ ଭାବେ ଉଠାଇ ଦେଖି ତୁରନ୍ତ ଆମ୍ବୁଲାନ୍ସ କୁ ଫୋନ ଯୋଗେ ଡକାଇ ଥିଲେ ଏବଂ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଆହତଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।

ସିଡି:ଏମଓ: ଡ଼ାଃ ପାଢୀ’ଙ୍କ ଏଭଳି ସେବା ମନୋଭାବ ମହାନତା ପ୍ରତି ବିଭିନ୍ନ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି।

——————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————————–