April 26, 2026

ସାମ୍ବାଦିକଙ୍କୁ ମାଟି ମାଫିଆଙ୍କ ମାଡ଼ ଘଟଣା,ଏସପିଙ୍କୁ ଭେଟିଲା କୁଜଙ୍ଗ ପ୍ରେସ କ୍ଲବ..

IMG-20260325-WA0064
Share

 

କୁଜଙ୍ଗ,୨୫/୩: ଗତ ଦୁଇ ଦିନ ତଳେ ସକାଳ ସମୟରେ ବେଆଇନ ମାଟି ଉଠାଣ କରୁଥିବା ମାଫିଆ ମାନେ କୁଜଙ୍ଗର ସାମ୍ବାଦିକ ଦୁଷ୍ମନ୍ତ ମାଝୀଙ୍କୁ ଆକ୍ରମଣ କରିଥିଲେ। ଜଣେ କର୍ତ୍ତବ୍ୟରତ ସମାମ୍ବାଦିକଙ୍କୁ ବେଆଇନ ମାଟି ଚାଲାଣ ସମୟରେ ଅମାନୁଷିକ ମାଡ ମାରିବା ଘଟଣାର ଦୁଇଦିନ ବିତିଥିଲେ ମଧ୍ୟ ପୁଲିସ ହାତ ଖାଲିଥିବାରୁ କୁଜଙ୍ଗ ଅଞ୍ଚଳରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଯେଉଁଠି ଅସୁରକ୍ଷିତ ସେଠାରେ ସାଧାରଣ ଲୋକଙ୍କୁ କିପରି ନ୍ୟାୟ ମିଳିବ ସାଧାରଣରେ ପ୍ରଶ୍ନ ଉଠିଛିା ଆହତ ସାମ୍ବାଦିକ କୁଜଙ୍ଗ ପ୍ରେସ କ୍ଲବର ସମ୍ପାଦକ ଥିବାରୁ ପ୍ରେସ କ୍ଲବ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆଜି ମଧ୍ୟାହ୍ନରେ ସାମ୍ବାଦିକ ମାନେ କୁଜଙ୍ଗ ଥାନା ଅଧିକାରୀଙ୍କୁ ଭେଟିଥିଲେ। କୁଜଙ୍ଗ ପ୍ରେସ କ୍ଲବ ସଭାପତି ରଘୁନାଥ ସାହୁଙ୍କ ନେତୃତ୍ବରେ ସାମ୍ବାଦିକ ରଂଜିତ ପଣ୍ଡା,ରାମଦାସ ମହାନ୍ତି ଓ ଅନ୍ୟ କିଛି ସାମ୍ବାଦିକ ଆହତ ଶ୍ରୀଯୁକ୍ତ ମାଝୀଙ୍କ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମାଙ୍କୁ ସାକ୍ଷାତ କରି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବି କରିଥିଲେ। ଆଲୋଚନା ପ୍ରସଙ୍ଗରେ ପାରାଦୀପ କୁଜଙ୍ଗ ଅଞ୍ଚଳରେ ଚୋରା ବାଲି ଓ ମାଟି ସିଣ୍ଡିକେଟ ପୁଣିଥରେ ସକ୍ରିୟ ହୋଇଥିବା କହିଥିଲେ। ମାଟି ଲୁଟେରା ମାନେ ପ୍ରତାପପୁର,ଫତେପୁର,ଜଳଧରପୁର ଇଡକୋ ଅଧିଗୃହୀତ ସରକାରୀ ଜମିରୁ ବେଆଇନ ଭାବେ କୋଟିକୋଟି ଟଙ୍କାର ମାଟି ଉଠାଉଛନ୍ତି ଓ ଏହି ଘଟଣାକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବା କହିଥିଲେ। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ସେ କୁଜଙ୍ଗ ପୁଲିସକୁ ନିର୍ଦ୍ଦେଶ ଦେଇଥିବା କହିଥିଲେ।