ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଆଲୋଚନା ଚ଼କ୍ର ଅନୁଷ୍ଠିତ ..
ବେଲଗୁଣ୍ଠା(ପଞ୍ଚାନନ ସାହୁ)ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ର “ବିଚିତ୍ର କାବ୍ୟ ବୈଦେହୀଶ ବିଳାଶ” ବିଷୟରେ ଆଲୋଚ଼ନା ଚ଼କ୍ର ଅନୁଷ୍ଠିତ ହୋଇଯାଇଛି।ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ସଭାପତିତ୍ଵରେ ଏହି ଆଲୋଚ଼ନା ଚ଼କ୍ର ଅନୁଷ୍ଠିତ ହୋଇଥିଲା।ଏହି ଆଲୋଚ଼ନା ଚ଼କ୍ରରେ ମୁଖ୍ୟ ଅତିଥି ତଥା ଆଲୋଚ଼କ ଭାବେ ଅବସର ପ୍ରାପ୍ତ ଶିକ୍ଷକ ଓ ଭଞ୍ଜଗବେଷକ କାମରାଜୁ ସାହାଣୀ ଯୋଗ ଦେଇ ପ୍ରକୃତି କବି ବିଚିତ୍ର କାବ୍ୟ ବୈଦେହୀଶ ବିଳାଶ କାବ୍ୟ ସମ୍ଭାର ଓ ଅନ୍ୟାନ୍ୟ ସାହିତ୍ୟକ କୃତ୍ତି ସମେତ କାବ୍ୟ ବୈଦେହୀଶ ବିଳାଶ ସମ୍ପର୍କରେ ଉଚ୍ଚକୋଟୀର ମନ୍ତବ୍ୟ ରଖିଥିଲେ।ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ସପନ କୁମାର ପଟ୍ଟନାୟକ ଏବଂ ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଅଶୋକ କୁମାର ସ୍ଵାଇଁ,ଅଧ୍ୟାପକ ଅଜୟ ବିଶ୍ଵାଳ, ଅଧ୍ୟାପକ ସନ୍ତୋଷ କୁମାର ପ୍ରାଣିଗ୍ରାହୀ,ଅଧ୍ୟାପକ ଡ଼.ପ୍ରଫୁଲ କୁମାର ଜେନା,ଅଧ୍ୟାପକ ଅଶୋକ କୁମାର ପ୍ରଧାନ,ଅଧ୍ୟାପିକା ପିଙ୍କି ପାତ୍ର,ଅଧ୍ୟାପିକା ଲକ୍ଷ୍ମୀ ଗୌଡ଼, ଏବଂ କ୍ରୀଡ଼ା ଶିକ୍ଷକ ବିଶ୍ଵରଞ୍ଜନ ସ୍ୱାଇଁ,ଗ୍ରନ୍ଥାଗାରିକ ରଞ୍ଜିତ କୁମାର ସାମଲ ପ୍ରାରମ୍ଭରେ ଅଧ୍ୟାପକ ସପନ କୁମାର ପଟ୍ଟନାୟକ ଅତିଥି ପରିଚ଼ୟ ସହ ବୈଦେହୀଶ ବିଳାଶ କାବ୍ୟ ସମ୍ପର୍କରେ ମଧ୍ୟ ସମ୍ୟକ୍ ଆଲୋଚ଼ନା କରିଥିଲେ।ଏହି ଆଲୋଚ଼ନା ଚ଼କ୍ରରେ ଓଡ଼ିଆ ସମ୍ମାନର ବହୁ ଛାତ୍ରଛାତ୍ରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସରସ ଓ ସୁନ୍ଦର କରିଥିଲେ।ଶେଷରେ ଅଧ୍ୟାପକ ସପନ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
