June 19, 2026

 ପରିବା ବ୍ୟବସାୟୀଙ୍କୁ ଘରୁ ୨ଲକ୍ଷ୭୦ହଜାର ଚୋରି ଅଭିଯୋଗରେ ୨ଗିରଫ..

cp
Share

 

ରାମନାଗୁଡା ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ମୁଖ୍ୟ ବଜାର ନିକଟରେ ପରିବା ବ୍ୟବସାୟ କରି ଜୀବିକା ନିର୍ବାହ କରି ଗୁଜୁରାଣ ମେଣ୍ଟାଉଥିବା ଜୈନିକ ବ୍ୟବସାୟୀ ସୁନିଲ ପଲେଇ ଘରୁ ୨ଲକ୍ଷ୭୦ହଜାର ଟଙ୍କା ଚୋରି ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ କରାଯାଇଛି। ଏହି ୨ଅଭିଯୁକ୍ତ ଜଣକ ହେଲେ ସାନ ଆଚବା ଗ୍ରାମର ସହଦେବ ବାଉରୀ, ଦୁର୍ଗାପ୍ରସାଦ ବାଉରୀ।ଆଜି ଉଭୟ ଅଭିଯୁକ୍ତଙ୍କୁ ରାମନାଗୁଡା ପୋଲିସ କେସ ନଂ୧୯ ଅନୁଯାୟୀ ଧାରା ୪୫୭/୩୮୦ ଆଧାରରେ ଗିରଫ କରାଯାଇଛି।ସେମାନଙ୍କ ନିକଟରୁ ୧ଲକ୍ଷ୭୯ହଜାର୧୫୦ଟଙ୍କା ଜବତ କରାଯାଇଥିବା ରାମନାଗୁଡା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।ଆଜି ଉଭୟଙ୍କୁ ପ୍ରଥମେ ଡାକ୍ତରୀ ପରୀକ୍ଷା କରିବା ପରେ କୋର୍ଟ ଚାଲାଣ କରାଯିବ ନେଇ ରାମନାଗୁଡା ଥାନା ଅଧିକାରୀ ସୁନିତା ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଏହାର ତଦନ୍ତ ଭାର ଏଏସ ଆଇ ପୃଥରାଜ ଝଙ୍କାରଙ୍କୁ ଦାୟିତ୍ଵ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।ଏହାକୁ ନେଇ ରାମନାଗୁଡା ପୋଲିସ ତଦନ୍ତ ଚଳାଇଛି।
ରାମନାଗୁଡା (ସଞ୍ଜିବ କୁମାର ଦାଶ ଙ୍କ ରିପୋର୍ଟ)

You may have missed