May 11, 2026

ନିହାରିକା ଏଜୁକେସ୍ନାଲ ଟ୍ରଷ୍ଟ ପକ୍ଷରୁ ଅସହାୟ ଙ୍କୁ ଚାଉଳ ବ୍ୟାଗ ପ୍ରଦାନ

IMG-20250125-WA0083
Share

 

 

ବାଲେଶ୍ଵର ସହରର ଅନ୍ୟତମ ଟ୍ରଷ୍ଟ ନିହାରିକା ଏଜୁକେସ୍ନାଲ ଟ୍ରଷ୍ଟ ପକ୍ଷରୁ ଅସହାୟ ମାନଙ୍କୁ ଚାଉଳ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ ଗତ ୧୧ ତାରିଖ ରେଳବାଇ ଜାଗାରେ ରହୁଥିବା ଅରଡ଼ ବଜାର ଗଳାପୋଲ ଅଞ୍ଚଳରୁ ଶତାଧିକ ପରିବାର ଙ୍କୁ ଉଛେଦ କରାଯାଇଥିଲା। ଥଣ୍ଡା କାକର ରେ ଏତେ ସଂଖ୍ୟାରେ ଲୋକମାନେ କେଉଁଠି ରହିବେ ବୋଲି ପ୍ରଶ୍ନ ଉଠୁଥିବା ବେଳେ। ଆଇମା ସଦସ୍ୟ ମାନେ ସେମାନଙ୍କୁ ଅସ୍ଥାୟୀ ଟେଣ୍ଟ କରି ରଖିଛନ୍ତି। ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ବାଲେଶ୍ଵର ପୌରପାଳିକା ର ପାଞ୍ଚ ନମ୍ବର ୱାର୍ଡ କାଉନସିଲର ତଥା ନିହାରିକା ଏଜୁକେସ୍ନାଲ ଟ୍ରଷ୍ଟ ର ଟ୍ରଷ୍ଟି ମିତା ପଟ୍ଟନାୟକ ସେମାନଙ୍କୁ ସାହାଯ୍ୟ ର ହାତ ବଢ଼ାଇଛନ୍ତି। ଶନିବାର ଶ୍ରୀମତୀ ପଟ୍ଟନାୟକ ଅସହାୟ ପରିବାର ରହୁଥିବା ଗଳାପୋଲ ଅଞ୍ଚଳକୁ ଯାଇ ସେମାନଙ୍କ ଦୁଃଖ ବୁଝିଥିଲେ। ସରକାର ବିସ୍ଥାପିତ ପରିବାରଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ଶ୍ରୀମତୀ ପଟ୍ଟନାୟକ ନିବେଦନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ବାଗ, ସମାଜସେବୀ ରିତିକ ଜି, କାଉନସିଲର ସେଖ ଆୟୁବ, ଯୁବ ନେତା ସେଖ ଆନସାର, ଜିଲ୍ଲା ପରିଷଦ ସଭ୍ୟ ଅଭିମନ୍ୟୁ ଧିଣ୍ଡା ପ୍ରମୁଖ ଉପସ୍ଥିତ ରହି ଚାଉଳ ଭର୍ତ୍ତି ବ୍ୟାଗ ପ୍ରଦାନ କରିଥିଲେ। ଟ୍ରଷ୍ଟ ପକ୍ଷରୁ ଏଭଳି ସମାଜକଲ୍ୟାଣ କାର୍ଯ୍ୟ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।